DL ସାହାଯ୍ୟରେ ଏପରି ସହଜରେ ଖୋଲନ୍ତୁ NPS ଖାତା, ଡିଜି ଲକରରେ ମିଳୁଛି ଏହି ସୁବିଧା, ଜାଣନ୍ତୁ ଓ ଫାଇଦା ଉଠାନ୍ତୁ

ପେନସନ ଫଣ୍ଡ ନିୟାମକ ଓ ବିକାଶ ପ୍ରାଧିକରଣ ଡିଜି ଲକର ମାଧ୍ୟମରେ ଡ୍ରାଇଭିଂ ଲାଇସେନ୍ସ ର ଉପଯୋଗ କରି ରାଷ୍ଟ୍ରୀୟ ପେନସନ ପ୍ରଣାଳୀ ବା ଏନପିଏସ୍ ରେ ଆକାଉଣ୍ଟ ଓପନ କରିବାର ସୁବିଧା ପ୍ରଦାନ କରୁଛି। ଏହା ବ୍ୟତିତ ଏନପିଏସ୍ ଗ୍ରାହକ ଡିିଜି ଲକର ମାଧ୍ୟମରେ ଡିଏଲ ର ଉପଯୋଗ କରି ନିଜ ଆଡ୍ରେସକୁ ମଧ୍ୟ ଅପଡେଟ କରିପାରିବେ।
ରିଟାୟରମେଣ୍ଟ ପ୍ଲାନିଂ ହିସାବରେ ନିବେଶ କରିବାର ଏକ ବଢ଼ିଆ ମାଧ୍ୟମ ହେଉଛି ନ୍ୟାସନାଲ ପେତନସନ ସ୍କିମ। ସରକାରଙ୍କ ଦ୍ୱାରା ଚାଲୁଥିବା ଏହା ଏକ କଣ୍ଟ୍ରିବ୍ୟୁଟରୀ ପେନସନ ସ୍କିମ । ଯାହାକି କର୍ମଚାରୀଙ୍କ ସୁବିଧାକୁ ଧ୍ୟାନରେ ରଖି ତିଆରି କରାଯାଇଛି।
ଏନପିଏସ୍ ଏକ ଲମ୍ବା ଯସମୟ ଅବଧିର ନିବେଶ ପ୍ଲାନ। ଏନପିଏସ୍ରେ ନିବେଶ କଲା ପରେ ରିଟାୟରମେଣ୍ଟ ପରେ ଏକ ବଡ଼ ଫଣ୍ଡ ଆକ୍ୟୁମେସନ ରାଶି ହିସାବରେ ମିଳିଥାଏ। ଏହାସହ ଆପଣଙ୍କ ଆନ୍ୟୁଟି ରାଶି ଓ ପର୍ଫମାନ୍ସ ହିସାବରେ ପେନସନ ରାଶି ମିଳିଥାଏ।
ଏବେ ଜାଣନ୍ତୁ ଡା୍ରଇଭିଂ ଲାଇସେନ୍ସ ସାହାଯ୍ୟରେ କିପରି ଖୋଲିବେ ଏନପିଏସ୍ ଆକାଉଣ୍ଟ?
-ପ୍ରଥମେ Protean CRA େଓ୍ଵବସାଇଟ enps.nsdl.com କୁ ଯାଆନ୍ତୁ। ଏଥିରେ ଏନପିଏସ୍ ରେଜିଷ୍ଟ୍ରେସନ ପେଜ କୁ ଖୋଲନ୍ତୁ।
-ଏବେ ଡିଜି ଲକର ସାହାଯ୍ୟରେ ଦସ୍ତାବିଜ ସହ ନୂଆ ରେଜିଷ୍ଟ୍ରେସନ ରା ବିକଳ୍ପ କୁ ଚୟନ କରନ୍ତୁ। ଏହାପରେ ଡ୍ରାଇଭିଂ ଲାଇସେନ୍ସକୁ ସିଲେକ୍ଟ କରନ୍ତୁ।
-ଆବେଦକଙ୍କୁ ଡିଜିଲକର େଓ୍ଵବସାଇଟରେ ରିଡାଇରେକ୍ଟ କରାଯିବ। ଏଥିରେ ଲଗଇନ କ୍ରେଡେନସିଆଲ ସହିତ ଲଗଇନ କରନ୍ତୁ। ଏଥିପାଇଁ ନିଜ ସହମତି ଆବଶ୍ୟକ ହେବ।
-ଏବେ ଏନପିଏସ୍ କୁ ଡିଜି ଲକର ଓ ଅନ୍ୟ ଦସ୍ତାବିଜ କୁ ପହଞ୍ଚିବା ପାଇଁ ଅନୁମତି ଦିଅନ୍ତୁ।
-ଆବଶ୍ୟକ ତଥ୍ୟ ଓ ଡ୍ରାଇଭିଂ ଲାଇସେନ୍ସ ଅନୁସାରେ ପୁରା ତଥ୍ୟକୁ ଭରନ୍ତୁ।
-ଏହାପରେ ଆବେଦନ ପୁରା କରିବାକୁ ହେବ। ପ୍ୟାନ, ବ୍ୟକ୍ତିଗତ ବିବରଣୀ ସହିତ ବ୍ୟାଙ୍କ ଖାତା ସମ୍ବନ୍ଧିତ ତଥ୍ୟ, ଯୋଜନା ଓ ନାମାଙ୍କନ ଓ ଅନ୍ୟ ଡିଟେଲ ଦେବାକୁ ହେବ।
-ଏବେ ଆପଣଙ୍କ ଖାତାଅ ଓପନ ହୋଇଯିବ।
ଏବେ ଡିଏଲ ସାହାଯ୍ୟରେ ଏପରି କରନ୍ତୁ ନିଜ ଆଡ୍ରେସକୁ ପରିବର୍ତ୍ତନ କରନ୍ତୁ:
–ପ୍ରଥମେ Protean CRA େଓ୍ଵବସାଇଟ enps.nsdl.com କୁ ଯାଆନ୍ତୁ। ଏଥିରେ କ୍ରେଡେନସିଆଲ ସାହାଯ୍ୟରେ ଏନପିଏସ୍ ଖାତାରେ ଲଗଇନ କରନ୍ତୁ।
-ଏବେ ବିକଳ୍ପକୁ ଚୟନ କରନ୍ତୁ। ପର୍ସନାଲ ତଥ୍ୟକୁ ଅପଡେଟ କରି ଟ୍ୟାବ ମଧ୍ୟରେ ନୂଆ ତଥ୍ୟକୁ ଆଡ କରନ୍ତୁ।
-ଏହାପରେ ନିଜ ଆଡ୍ରେସକୁ ଡିଜି ଲକର ମାଧ୍ୟମରେ ପରିବର୍ତ୍ତନ କରନ୍ତୁ। ଏଥିପାଇଁ ଆଡ୍ରେସ ଚେଞ୍ଜ ଉପରେ କ୍ଲିକ କରନ୍ତୁ।
-ଡ୍ରାଇଭିଂ ଲାଇସେନ୍ସ ଅନୁସାରେ ଠିକଣାକୁ ଏନପିଏସ୍ ଖାତାରେ ଅପଡେଟ କରିବାକୁ ମଧ୍ୟ ହେବ।