ପୂର୍ବତନ କ୍ରିକେଟର ଜାହିର ଖାନଙ୍କ ରେଷ୍ଟୁରାଣ୍ଟ ଥିବା ବିଲ୍ଡିଂରେ ଭୀଷଣ ନିଆଁ; ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଆୟତ୍ତ କରୁଛି ଅଗ୍ନିଶମ ଗାଡ଼ି

ମହାରାଷ୍ଟ୍ରର ପୁଣେରେ ମାର୍ବଲ ଭିଷ୍ଟା ବିଲ୍ଡିଂର ପୂରା ଉପର ମହଲାରେ ମଙ୍ଗଳବାର ଭୀଷଣ ଅଗ୍ନିକାଣ୍ଡ ଘଟିଛି। ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ରହିଛି ପୂର୍ବତନ କ୍ରିକେଟର ଜାହିର ଖାନଙ୍କ ରେଷ୍ଟୁରାଣ୍ଟ। ବିଲ୍ଡିଂଟି ଲୁଲ୍ଲା ନଗର ଚୌକରେ ଅବସ୍ଥିତ। ତେବେ ସୂଚନା ମିଳିବା କ୍ଷଣି ନିଅାଁକୁ କାବୁ କରିବା ପାଇଁ ଘଟଣାସ୍ଥଳରେ ୬ ଦମକଳ ଗାଡ଼ି ପହଞ୍ଚିଛି। ବର୍ତ୍ତମାନ ଅଗ୍ନିଶମ ବାହିନୀ ପରିସ୍ଥିତି ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି।
#WATCH | Maharashtra: Fire breaks out in a restaurant situated on the top floor of a building in Lullanagar area of Pune city. Three fire tenders and three water tankers present at the spot. Details awaited. pic.twitter.com/Iznv9i5lla
— ANI (@ANI) November 1, 2022
ସୂଚନା ମୁତାବକ, ଅଗ୍ନିକାଣ୍ଡରେ ଏ ପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ନେଇ ଖବର ନାହିଁ। ସେପଟେ ନିଅାଁ କିପରି ଲାଗିଲା, ତାହାର ବି କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ବର୍ତ୍ତମାନ ସୁରକ୍ଷା ଦୃଷ୍ଟିରୁ ଆଖପାଖ ଅଞ୍ଚଳ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି, ଯେପରି ନିଅାଁ ଆଖପାଖ ଅଞ୍ଚଳକୁ ନ ବ୍ୟାପି ପାରିବ।