ବ୍ରାଉନସୁଗାର ଖଟି ଉପରେ କମିଶନରେଟ ପୋଲିସର ଅତର୍କିତ ଚଢ଼ଉ, ଗିରଫ ହେଲେ ନିଶା କାରବାରରେ ଲିପ୍ତ ଥିବା ୭ ଅଭିଯୁକ୍ତ

ଭୁବନେଶ୍ୱର (କେନ୍ୟୁଜ): ବ୍ରାଉନସୁଗାର ଖାଉଥିବା ଖଟି ଉପରେ କମିଶନରେଟ ପୁଲିସର ଅତର୍କିତ ରେଡ। ନିଶା ଖାଇବା ସହ ନିଶା କାରବାରରେ ଲିପ୍ତ ଥିବା ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ବ୍ରାଉନସୁଗାର ଖାଇବା ସହ ନିଜ ସାଙ୍ଗ ସାଥିଙ୍କୁ ନିଶାରେ ନିୟୋଜିତ କରାଇବା ଓ ନିଶା ବିକ୍ରି କରୁଥିବା ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଏବେ ଫେରାର ଅଛନ୍ତି । ଏମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ବ୍ରାଉସୁଗାର ଜବତ ହୋଇଥିବା ସୂଚନା ।

ଅନ୍ୟପଟେ ନିଶା ଖାଇବା ପରେ ଅଭିଯୁକ୍ତମାନେ କୌଣସି ଅପରାଧରେ ସମ୍ପୃକ୍ତ ଅଛନ୍ତି କି ନାଇଁ ସେନେଇ ଖୋଳତାଡ଼ ଜାରି ରଖିଛି ପୁଲିସ । ୩ ଜଣ ବିକ୍ରେତା ଥିବା ବେଳେ ୪ ସେମାନଙ୍କ ଠାରୁ ନେଇ ଖାଉଥିଲେ ଓ ବିକ୍ରି କରୁଥିଲେ । ୩ ଜଣଙ୍କ ଠାରୁ ୧୦ ଗ୍ରାମ ବ୍ରାଉନ ସୁଗାର, ଫର୍ ପେପର ଜବତ କରିଛି ପୋଲିସ । ଗିରଫ ଙ୍କ ମଧ୍ୟରେ ଜଣେ ଇଂଜିନିୟରିଙ୍ଗ କଲେଜ ଛାତ୍ର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.