Below header

ଆପଣଙ୍କ ଫୋନ ହ୍ୟାକ୍ ଏବଂ ବ୍ୟାଙ୍କ ଆକାଉଣ୍ଟ ଖାଲି ହେବା ପୂର୍ବରୁ ସେଟିଂ କରିନିଅନ୍ତୁ ଏହି ଜିନିଷ, ରହିବ ସୁରକ୍ଷିତ

ଆପଣ ନିଜର ସ୍ମାର୍ଟଫୋନ, ଲାପଟପ୍ ଏବଂ ଟ୍ୟାବଲେଟରେ ଭିପିଏନ ଏବଂ ସିକ୍ୟୁରିଟୀ ସଫ୍ଟୱେୟାର ନିଶ୍ଚୟ ଇନଷ୍ଟଲ କରିଥିବେ। ଯଦି ଆପଣ ଚାହୁଁଛନ୍ତି ଏହି ସବୁ ଆପଣଙ୍କ ଡିଭାଇସର ଯତ୍ନ ନିଅନ୍ତୁ, ତେବେ ଆପଣଙ୍କୁ ତାଙ୍କର ମଧ୍ୟ ଯତ୍ନ ନେବା ଆବଶ୍ୟକ। ତେବେ ଆଜି ଆମେ ଜଣାଇବୁ ଏହିଭଳି ଭାବେ ଆପଣ ନିଜର ଡିଭାଇସ ଏବଂ ସିକ୍ୟୁରିଟୀକୁ ସୁରକ୍ଷିତ ରଖି ପାରିବେ।

ଆଣ୍ଟିଭାଇରସକୁ ଅପଡେଟ ରଖନ୍ତୁ

ଆପଣ ନିଜର ଡାଟାବେସକୁ ଖୋଲି ଦେଖନ୍ତୁ ଯେପରି ସେଥିରେ ,କୌଣସି ଅପଡେଟ ମେସେଜ ଆସିଛି ନା ନାହିଁ। ଯଦି ଆପଣଙ୍କୁ ମେସେଜ ଦେଖା ଯାଉନାହିଁ, ତେବେ ମାନୁଆଲ ଉପାୟରେ ଅପଡେଟ ପାଇଁ ଚେକ୍ କରିପାରିବେ। ନିଜର ସବୁ ସିକ୍ୟୁରିଟୀ ପ୍ରଡକଟ୍ସକୁ ଅପଡେଟ ପାଇଁ ଚେକ କରି ସେଗୁଡିକୁ ଅପଡେଟ କରନ୍ତୁ। ଆପଣଙ୍କ ପାଖରେ ଏହି ଗୋଟିଏ ସାହାରା ରହିବ ଯେ ଯାହା ହ୍ୟାକର୍ସଙ୍କ ଭୟରୁ ସୂରକ୍ଷିତ ରଖିପାରିବ।

ଆଣ୍ଟିଭାଇରସକୁ ଟେଷ୍ଟ କରନ୍ତୁ

ଆପଣଙ୍କୁ କେମିତି ଜଣାପଡିବ ଯେ ଆପଣଙ୍କ ଆଣ୍ଟିଭାଇରସ କାମ କରୁଛି ? ଆପଣ ଆପଣଙ୍କ ଡିଭାଇସର ପ୍ରୋଟେକସନ ଚେକ କରିବା ପାଇଁ ଆଣ୍ଟି-ମେଲୱୟାର ଟେଷ୍ଟିଂ ଷ୍ଟାଣ୍ଡାର୍ଡ ଓର୍ଗାନାଇଜେସନ ୱେବସାଇଟକୁ ଯାଇ ସିକ୍ୟୁରିଟୀ ଫିଚର୍ସକୁ ଚେକ କରନ୍ତୁ। ସେଠାରେ ଅଲଗା ଅଲଗା ଟେଷ୍ଟକୁ ରନ୍ କରନ୍ତୁ। ଯାହା ମେଲୱୟାର ପ୍ରୋଟେକ୍ସନ ବିରୁଦ୍ଧରେ ପ୍ରମାଣ ରଖିପାରିବ।

ଭିପିଏନ (ଭାର୍ଚୁଆଲ ପ୍ରାଇଭେଟ ନେଟୱାର୍କ ) ଆପଣଙ୍କ ଇଣ୍ଟରନେଟ କନେକସନକୁ ଏନକ୍ରିପଟେଡରେ ବଦଳାଇ ତାହାର ସୁରକ୍ଷା କରିଥାଏ। ଆପଣ ଏହି ଜିନିଷର ଯାଞ୍ଚ କରିପାରିବେ ଯେ ଆପଣଙ୍କ ଭିପିଏନ ଲିକ୍ ହେଉନି ତ ? ଭିପିଏନକୁ ଅନ୍ ରଖନ୍ତୁ ଏବଂ ନିଜର ଅସଲି ଆଇପି ଦେଖିବା ପାଇଁ ‘ୱାଟ ମାଇଁ ଆଇପି’ ସର୍ଚ୍ଚ କରନ୍ତୁ। ବର୍ତ୍ତମାନ ଭିପିଏନକୁ କନେକ୍ଟ କରନ୍ତୁ, ପରେ ଚେକ କରନ୍ତୁ। ଆପଣଙ୍କୁ ଏକ ଅଲାଗା ଆଇପି ଆଡ୍ରେସ ଦେଖାଯିବ।

ମୋବାଇଲ ଡିଭାଇସ ର ଯାଞ୍ଚ

ସିକ୍ୟୁରିଟୀକୁ ସାମ୍ନାରେ ରଖି ଆପଲ ନିଜର ଡିଭାଇସକୁ ଆଣ୍ଡ୍ରଏଡ ମୁକାବିଲାରେ ଉତ୍ତମ ବନାଇଛି। ଅବଶ୍ୟ ସାମାନ୍ୟ ଆଣ୍ଡ୍ରଏଡ୍ ଡିଭାଇସେଜ ଏତେ ଅଧିକ ସୁରକ୍ଷିତ ହୋଇନଥାଏ। ସାମାନ୍ୟ ଆଣ୍ଡ୍ରଏଡ୍ ସିକ୍ୟୁରିଟୀ ଟୁଲ ମେଲୱୟାର ଏବଂ ଆଣ୍ଟିଥେପ୍ଟ ଫିଚର୍ସ, ଦୁଇଟିକୁ ଅଫର କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.