ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର , ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ସରକାରୀ କର୍ମଚାରୀ ଓ ପେନସନଧାରୀ ଏହି ସୁବିଧା ପାଇବେ । ପୂର୍ବରୁ କର୍ମଚାରୀଙ୍କୁ ୯ ପ୍ରତିଶତ ଡିଏ ମିଳୁଥିଲା । ଏବେ ୧୨ ପ୍ରତିଶତ ମହଙ୍ଗା ଭତ୍ତା ମିଳିବ । ଏହାଦ୍ୱାରା ପ୍ରାୟ ୫ଲକ୍ଷ କର୍ମଚାରୀ ଉପକୃତ ହେବେ । ୧ ଜାନୁଆରୀ ୨୦୧୯ରୁ ପିଛିଲା ଭାବେ ଏହା ଲାଗୁ ହେବ । ଗତ ସପ୍ତାହରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.