Below header

ପୋଲିସ ମାଡ଼ରେ ବୃଦ୍ଧ ଗୁରୁତର , ବାଂଶଡ଼ା ଥାନା ଏଏସ୍‌ଆଇଙ୍କ ନାଁରେ ଅଭିଯୋଗ

ଭଦ୍ରକ(କେନ୍ୟୁଜ୍) : ପୋଲିସ ମାଡ଼ରେ ବୃଦ୍ଧ ଗୁରୁତର । ଭଦ୍ରକ ଜିଲ୍ଳା ବାଂଶଡା ଥାନା ତୋଟାପଡା ଅଂଚଳର ଘଟଣା । ବାଂଶଡା ଥାନା ତୋଟାପଡା ଅଞ୍ଚଳର ପୂର୍ବତନ ସରପଞ୍ଚ ଭାସ୍କର ଜେନା ଏକ ଘରୋଇ କଳିର ଆପୋଷ ସମାଧାନ କରିବାକୁ ବାଂଶଡା ଥାନା ଯାଇଥିଲେ । ଥାନାରେ ପୋଲିସ ଉପସ୍ଥିତିରେ ସମାଧାନ ମଧ୍ୟ ହୋଇଥିଲା । ଫେରିବା ବାଟରେ ଏଏସ୍‌ଆଇ ଜଣକ ଭାସ୍କର ଜେନାଙ୍କୁ ବିନା କାରଣରେ ଅସଭ୍ୟ ଭାଷାରେ ଗାଳି ଗୁଲଜ୍‌ କରିଥିଲେ । ଏମିତିକି ଗୋଡାଇ ଗୋଡାଇ ଗୋଇଠା ମାରିବାର ମଧ୍ୟ ଅଭିଯୋଗ ହୋଇଛି । ପୋଲିସ ଅଧିକାରୀ ଜଣକ ହେଲେ ଭଦ୍ରକ ଜିଲ୍ଲା ବାଂଶଡା ଥାନାରେ କାର‌୍ୟ୍ୟରତ ଏଏସ୍‌ ଆଇ ଅଭିମନ୍ୟୁ ନାୟକ । ବୃଦ୍ଧ ଜଣକ ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏନେଇ ଭାସ୍କରଙ୍କ ପୁଅ ସମେତ ଗାଁର କିଛି ଲୋକ ଚାନ୍ଦାବାଲି ଏସଡିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.