Uber କ୍ୟାବରେ ଯାତ୍ରା କରୁଥିବା ବ୍ୟକ୍ତି ନିଶ୍ଚୟ କରନ୍ତୁ ଏହି କାମ, ଘର ଲୋକଙ୍କ ପାଖରେ ରହିବପାରିବ ସବୁ ମୁହୂର୍ତ୍ତର ଖବର

ବଡ ବଡ ସହର ସହିତ ଏବେ ଛୋଟ ଛୋଟ ସହରରେ ମଧ୍ୟ ଏଣିକି କ୍ୟାବ୍ସ ବ୍ୟବହାର କରାଗଲାଣି। ବହୁତ ଲୋକ ପ୍ରତିଦିନ ଘରରୁ ଅଫିସ ଏବଂ ଅଫିସରୁ ଘର ପାଇଁ କ୍ୟାବ୍ସ ବ୍ୟବହାର କରୁଛନ୍ତି। ଅନେକ ଲୋକ ତ କ୍ୟାବ୍ସରେ ଯାତ୍ରା କରିବା ଅସୁରକ୍ଷିତ ବି ମନେ କରନ୍ତି। ଏମିତି ଲୋକଙ୍କ ପାଇଁ Uber ଆପରେ ଏକ ଖାସ୍‌ ଫିଚର ମହଜୁଦ ରହିଛି। ଯାହାକୁ ଆପଣ ଜାଣିନେଲେ ହୁଏତ ଆଉ ଆପଣ କ୍ୟାବ୍ସରେ ଯିବାକୁ ଆଉ ହିଚକିଚ୍‌ ହେବେନି। ଏହି ଫିଚର ଜରିଆରେ ଆପଣ ନିଜ ଘର ଲୋକଙ୍କୁ ନିଜର ରିୟଲ ଟାଇମ୍‌ ଲୋକେସନ୍‌ ସେୟାର କରିପାରିବେ।

ଏହି ଫିଚରର ନାମ ସେୟାର ଇୟୋର ଟ୍ରିପ୍‌। ଅର୍ଥାତ୍‌ ଆପଣଙ୍କ କ୍ୟାବ୍‌ କେଉଁଠି କେଉଁଠିକୁ ଯାଉଛି, ଏହାର ରିୟଲ ଟାଇମ୍‌ ଅପଡେଟ ଆପଣଙ୍କ ଫ୍ୟାମିଲୀ କିମ୍ବା ଫ୍ରେଣ୍ଡସ ପତ୍ତା ଲଗାଇପାରିବେ। ଖାସ୍‌ କଥା ହେଉଛି କ୍ୟାବର ଲୋକେସନ କାହାକୁ ପତ୍ତା ଲଗାଇବା ଦରକାର, ଏହା ଆପଣ ନିଷ୍ପତ୍ତି ନେଇପାରିବେ। ତାହେଲେ ଆସନ୍ତୁ ଦର୍ଶକବନ୍ଧୁ ଜାଣିବା କେମିତି କରିବେ କ୍ୟାବର ଏହି ଫିଚରର ବ୍ୟବହାର।

କେମିତି ଉବରର ସେୟାର ଇୟୋର ଟ୍ରିପ୍‌ କରିବେ ବ୍ୟବହାର

ଏହି ଫିଚରର ବ୍ୟବହାର କରିବା ପାଇଁ ତଳେ ଦିଆଯାଇଥିବା ଷ୍ଟେପ୍ସକୁ ଫଲୋ କରନ୍ତୁ।
ଷ୍ଟେପ ୧ : ନିଜ ଆଣ୍ଡ୍ରଏଡ କିମ୍ବା ଆଓଏସ ଡିଭାଇସରେ ଉବର ଆପ୍‌ ଖୋଲନ୍ତୁ। ଏବେ ‘Share trip status’ ଅପ୍ସନକୁ ଚୟନ କରନ୍ତୁ।
ଷ୍ଟେପ ୨ : ସେହି କଣ୍ଟାକ୍ଟସକୁ ସିଲେକ୍ଟ କରି ଯାହା ସହିତ ଆପଣ ଟ୍ରିପ ଷ୍ଟାଟସ ସେୟାର କରିବାକୁ ଚାହୁଁଛନ୍ତି। ଆପଣ ଅଧିକତମ ୫ ଲୋକଙ୍କୁ ସିଲେକ୍ଟ କରିପାରିବେ।
ଷ୍ଟେପ ୩ : ଆପଣଙ୍କ ସିଲେକ୍ଟ କରାଯାଇଥିବା କଣ୍ଟାକ୍ଟକୁ ଏକ ନୋଟିଫିକେସନ ମିଳିବ। ଏଥିରେ ଡ୍ରାଇଭରଙ୍କର ନାମ, ଗାଡିର ଡିଟେଲ୍ସ ଏବଂ ରିୟଲ ଟାଇମ ମ୍ୟାପ୍‌ ଲୋକେସନ୍‌ ଦେଖାଯିବ।

ଆପଣ ଚାହିଁବେ ତ ବିଶ୍ୱସନୀୟ କଣ୍ଟ୍ରାକ୍ଟର ଏକ ଲିଷ୍ଟ ପୂର୍ବରୁ ପ୍ରସ୍ତୁତ କରିପାରିବେ। ଏଥିପାଇଁ ଆପଣଙ୍କୁ ଆପର Settings ଅପ୍ସନକୁ ଯିବାକୁ ହେବ।
ଏବେ Manage Trusted Contacts ଉପରେ କ୍ଲିକ କରନ୍ତୁ ଏବଂ କଣ୍ଟାକ୍ଟକୁ ଜଏନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.