Below header

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Hyundai Creta Knight Edition, ରହିବ ଏହି ସବୁ ଖାସ ଫିଚର୍ସ

କାର ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇ ନିଜ ଲୋକପ୍ରିୟ ଏସୟୁବି ହ୍ୟୁଣ୍ଡାଇ କ୍ରେତାର ସଫଳତାକୁ ନଜରରେ ରଖି ଏହାର ଏକ ନୂଆ ଭର୍ଜନ ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି । ଯାହାର ନାଁ ହ୍ୟୁଣ୍ଡାଇ କ୍ରେତା ନାଇଟ ଏଡିସନ ବୋଲି ଦିଆଯାଇଛି । କମ୍ପାନୀ ଏହି କ୍ରେତାର ଏସୟୁବିକୁ ଏକ୍ସଟିରିଆର, ଇନଟିରିୟର ବ୍ୟତୀତ ଇଂଜିନରେ କିଛିଟା ଅପଡେଟ ଅଣାଯିବ ବୋଲି ନିଷ୍ପତ୍ତି ନେଇଛି କମ୍ପାନୀ । ଯଦି ଆପଣ ବି ହ୍ୟୁଣ୍ଡାଇ କ୍ରେତାର ନୂଆ ଅବତାର ଲଞ୍ଚ ହେବା ଅପେକ୍ଷାରେ ଅଛନ୍ତି ଜାଣିପାରିବେକି କମ୍ପାନୀ ଏହି କାରର କେଉଁ ଭାଗକୁ ନୂଆ ଫିଚର ସହିତ ମାର୍କେଟରେ ଅପଡେଟ କରିବାକୁ ଯାଉଛି । ମିଡ଼ିଆ ରିପୋର୍ଟ ଅନୁଯାୟୀ ଏହି ଏସୟୁବିରେ ସବୁଠାରୁ ବଡ ଅପଡେଟ ଏହାର ଇଂଜିନରେ କରାଯାଇଛି । ଏହି ଏସୟୁବିରେ କମ୍ପାନୀ ଦୁଇଟି ଇଂଜିନ ଦେବାକୁ ଯାଉଛି ଯେଉଁଥିରେ ପ୍ରଥମ ଇଂଜିନ ୧.୫ ଲିଟର ପେଟ୍ରୋଲ କ୍ଷମତା ବିଶିଷ୍ଟ ହେବ । ଏହି ଇଂଜିନର ପାୱାର ୧୧୫ ପିଏସ ଥିବାବେଳେ ଏହା ୧୪୪ ଏନଏମ ପିକ ଟର୍କ ଜେନେରେଟ କରିଥାଏ ।

hyundai creta

ଏହି ନୂଆ ଭର୍ଜନରେ ଦ୍ଵିତୀୟ ଇଂଜିନର କ୍ଷମତା ୧.୫ ଲିଟର ଟରବୋ ଡିଜେଲ ଇଂଜିନର ହେବ । ଏହା ୧୧୫ ପିଏସ ପାୱାର ସମେତ ୨୫୦ ଏନଏମର ପିକ ଟର୍କ ଜେନେରେଟ କରିଥାଏ । ଏହି ଦୁଇ ଇଂଜିନ ସହିତ ୫ସ୍ପୀଡ ଏଏମଟି ଓ ସିବିଟି ଟ୍ରାନ୍ସମିଶନର ବିକଳ୍ପ ଦିଆଯାଇପାରେ । ଏହା ବ୍ୟତୀତ କମ୍ପାନୀ ହ୍ୟୁଣ୍ଡାଇ କ୍ରେତା ନାଇଟ ଏଡ଼ିଶନକୁ ନୂଆ ଭେରିୟାଣ୍ଟ ସହିତ ଲଞ୍ଚ କରିପାରେ ଯେଉଁଥିରେ ପ୍ରଥମଟି ଏସ ପ୍ଲସ ଓ ଦ୍ଵିତୀୟଟି ଏସ ଏକ୍ସ ହୋଇପାରେ । ଏଥିରେ ନୂଆ ଟ୍ରିୟୋ ଵିମ ଏଲଇଡ଼ି ହେଡ଼ ଲ୍ୟାମ୍ପ, ଆଲୟ ହ୍ୱିଲ , ପ୍ୟାନୋରମିକ ସନରୂଫ ପରି ଫିଚରକୁ ଅପଡେଟ କରିପାରେ । ଆଉ ଏହା ସହ କ୍ୟାବିନରେ ବି ବଡ ଧରଣର ଚେଞ୍ଜ ଅଣାଯାଇଛି । ଯେଉଁଥିରେ ଅଲ ବ୍ଲାକ ଈନଟିରିଆର କଲର ଥିମର ପ୍ରୟୋଗ କରାଯାଇଛି । ଏହି ନୂଆ ଏଡ଼ିଶନରେ ଏସି ବେଣ୍ଟସକୁ ଅପଡେଟ କରି ହାଇଲାଇଟ କରାଯାଇଛି । ଏହା ସହ ସିଟକୁ ଡବଲ ଥର ସ୍ଟିଚିଙ୍ଗ କରାଯାଇଛି । ଏହାକୁ କମ୍ପାନୀ ୧୩.୫୦ ଲକ୍ଷ ମାର୍କେଟ ପ୍ରାଇଶ ସହ ବଜାରରେ ଲଞ୍ଚ କରିବ ବୋଲି ଜଣାଯାଇଛି ।

ଏଥିରେ ଗାଡି ଇଂଜିନରେ ଏମିତି ସବୁ ଫିଚରକୁ ଅପଡେଟ କରିବାକୁ ଯାଇ ଏହାର ରିୟାର ଓ ଫ୍ରଣ୍ଟରେ ସ୍କିଡ଼ ପ୍ଲେଟକୁ ଗ୍ଲସ ଫିନିଷ ସହିତ ଲଞ୍ଚ କରାଯାଇଛି । ଏହା ସହ ଏଥିରେ ସି ପିଲାର ଲାଇଟିଙ୍ଗ ଓ ଫ୍ରଣ୍ଟ ଗ୍ରିଲ ଉପରେ ଗ୍ଲାସ ବ୍ଲାକ କଲର ସହିତ ଅପଡେଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.