Below header

ଲୁ’ ତଥା ସନଷ୍ଟ୍ରୋକରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ୬ଟି ଜରୁରୀ ଟିପ୍ସ

ଗ୍ରୀଷ୍ମ ଋତୁରେ ଶରୀର ଡିହାଇଡ୍ରେଟ ହୋଇଯିବା ସାଧାରଣ କଥା। ଏଥିରୁ ରକ୍ଷା ପାଇବା ପାଇଁ ସମସ୍ତେ କିଛି ନା କିଛି ଉପାୟ ବାହାର କରନ୍ତି। ଏବେର ସମୟରେ ସବୁଠୁ ଅଧିକ ତାପମାତ୍ରା ରହୁଥିବା ବେଳେ ଲୋକ ଭୟରେ ରହୁଛନ୍ତି। ଆମେ ଆଜି କିଛି ଟିପ୍ସ ସମ୍ପର୍କରେ କହିବୁ ଯାହାକୁ ଆପଣାଇ ଆପଣ ଗରମ ଦିନରେ ଲୁ, ସନଷ୍ଟ୍ରୋକ ଭଳି ସମସ୍ୟାରୁ ରକ୍ଷା ପାଇପାରିବେ।

ଅଧିକ ପାଣି ପିଅନ୍ତୁ:
ଖରାଦିନରେ ନିଜ ହେଲ୍ଥକୁ ଧ୍ୟାନ ରଖିବାର ସବୁଠୁ ସହଜ ତରିକା ହେଉଛି ସବୁଠୁ ଅଧିକ ପାଣି ପିଅନ୍ତୁ । ଲୁ ଅବା ସନଷ୍ଟ୍ରୋକରୁ ବଞ୍ଚିବା ପାଇଁ ଆପଣ ଶରୀରକୁ ହାଇଡ୍ରେଟ ରଖିବା ନିହାତି ଜରୁରୀ।

water
pc: army.mil

ତରଭୁଜ :
ସୁସ୍ଥ ଜୀବନ ଜିଇଁବାକୁୁ ସମସ୍ତେ ଚାହାଁନ୍ତି। ଏଥିପାଇଁ ଉତ୍ତମ ଖାଦ୍ୟ ଆବଶ୍ୟକ ହୋଇଥାଏ। ଏକ୍ସପର୍ଟଙ୍କ କହିବା ଅନୁଯାୟୀ ହାର୍ଟ ହେଲ୍ଥ ସହ ଡାଇଜେସନ ବା ହଜମ ପ୍ରକ୍ରିୟାକୁ ଠିକ ରଖିବା ପାଇଁ ତରଭୁଜ ସବୁଠୁ ଜରୁରୀ ହୋଇଥାଏ। ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ।

ହାଲକା ଭୋଜନ କରନ୍ତୁ:
ଖରାଦିନରେ ଅନେକ ଲୋକଙ୍କୁ ଖାଇବା ପାଇଁ ଇଚ୍ଛା ହୋଇନଥାଏ। ଏମିତି ସ୍ଥିତିରେ ଆପଣ ଅଧିକ ନଖାଇଲେ ବି ହାଲକା ଖାଦ୍ୟ ଖାଆନ୍ତୁ। ଏବଂ ତାହା ପୌଷ୍ଟିକ ହେବା ଜରୁରୀ। କମ ଖାଆନ୍ତୁ କିନ୍ତୁ ଖାଲି ପେଟରେ ରୁହନ୍ତୁ ନାହିଁ। ଏହାଦ୍ୱାରା ଆପଣ ଗରମ ସହ ଲଢ଼ିପାରିବେ।

ସନସ୍କି୍ରନ ଲଗାନ୍ତୁ:
ଖରାଦିନରେ ସୂର୍ଯ୍ୟଙ୍କ ଖରାରୁ ନିଜ ସ୍କିନକୁ ରକ୍ଷା କରିବା ବହୁତ ଜରୁରୀ ହୋଇଥାଏ । ନଚେତ ସ୍କିନ ଟ୍ୟାନ ହୋଇଯାଏ। ଏମିତିରେ ସ୍କିନ କ୍ୟାନସର ହେବାର ସମ୍ଭାବନା ଥାଏ। ଡାଇରେକ୍ଟ ସନଲାଇଟରୁ ବଞ୍ଚିବା ପାଇଁ ଆପଣ ନିଜ ସ୍କିନରେ ସନସ୍କ୍ରିନ ଲୋସନ ଲଗାନ୍ତୁ।

ତାଜା ଖାଦ୍ୟ ଖାଆନ୍ତୁ:
ଏହି ସମୟରେ ବାସି ଖାଦ୍ୟ ଖାଆନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଶରୀରକୁ ସଠିକ ଉର୍ଜା ମିଳିନଥାଏ। ଏହାଦ୍ୱାରା ପେଟ ଖରାପ ମଧ୍ୟ ହୋଇପାରେ। ତେଣୁ ସବୁବେଳେ ଫ୍ରେସ ମାନେ ତାଜା ଖାଦ୍ୟ ଖାଆନ୍ତୁ।

ନିଶାଦ୍ରବ୍ୟ ବାରଣ କରନ୍ତୁ:
ଅଧିକ ନିଶା ଦ୍ରବ୍ୟ ଖାଇବା ଦ୍ୱାରା ଶରୀରରେ ହାନିକାରକ ପ୍ରଭାବ ପଡ଼ିଥାଏ। ଏହାକୁ ଖରାଦିନରେ ସେବନ କରିବା ଦ୍ୱାରା ଶରୀର ପାଇଁ ଏହା ବିଶାକ୍ତ ହୋଇଯାଏ। ଟାଣ ଖରାରେ ଏହାକୁ ପିିଇବା ଦ୍ୱାରା ଶରୀର ଡିହାଇଡ୍ରେଟ ହେବାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.