ଯଦି ବାପା-ମା’ ଙ୍କ ନାଁରେ ଅଛି ଘର, ତେବେ ବି ଆପଣ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା”ର ଉଠାଇ ପାରିବେ ଲାଭ, ଜାଣନ୍ତୁ କେମିତି

ଯଦି ଆପଣ ନୂଆ ଘର ତିଆରି କରିବାକୁ ବା କିଣିବାକୁ ଚାହୁଁଛନ୍ତି ଆଉ ସେଥିପାଇଁ ଡାଉନ ପେମେଣ୍ଟ ପାଇଁ ପ୍ଲାନ କରୁଛନ୍ତି ତେବେ ଆପଣଙ୍କ ପାଇଁ “ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା” (ସହରୀ) ବାବଦରେ ତଥ୍ୟ ହାସଲ କରିବା ନିଶ୍ଚିତ ରୂପେ ଫାଇଦା ଦାୟକ ହେବ ।  ଏହି ସ୍କିମ ମାଧ୍ୟମରେ କେନ୍ଦ୍ର ସରକାର କ୍ରେଡିଟ ଲିଙ୍କ୍ସ ସବସିଡି ସ୍କିମକୁ ୨୦୨୧ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ।  ଏହି ସ୍କିମ ଜରିଆରେ ନୂଆ ଘର ପାଇଁ ନିଆଯାଇଥିବା ଋଣ ଉପରେ ଲାଗୁହେଉଥିବା ସୁଧରେ ଏକ ବଡ ଧରଣର ଛାଡ଼ ମିଳିପାରିବ ।  ସରକାର ଏହି ସ୍କିମ ଉପଭୋକ୍ତା ମାନଙ୍କୁ ଦୁଇଟି ଗ୍ରୁପରେ ଭାଗ କରିଛନ୍ତି ।  ସେମଧ୍ୟରୁ ଗୋଟିଏ ହେଉଛି ଏମଆଇଜି-1 ଓ ଦ୍ୱିତୀୟଟି ହେଉଛି ଏମଆଇଜି-11 ।  ଯେଉଁ ପରିବାରର ବାର୍ଷିକ ଆୟ ୬ ଲକ୍ଷରୁ ୧୨ ଲକ୍ଷ ମଧ୍ୟରେ ଥିବ ସେମାନଙ୍କୁ ଏମଆଇଜି-1 ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଯେଉଁ ପରିବାରର ବାର୍ଷିକ ଆୟ ୬ ଲକ୍ଷରୁ ୧୮ ଲକ୍ଷ ଭିତରେ ହୋଇଥିବ ସେମାନଙ୍କୁ ଏମଆଇଜି-11 ଗ୍ରୁପରେ ସାମିଲ କରାଯାଇଛି ।

କେଉଁ ମାନଙ୍କୁ ମିଳିବ ଏହି ସ୍କିମର ଲାଭ:

ଦେଶର ପ୍ରତ୍ୟକ ପରିବାରକୁ ଘର ଯୋଗାଇଦେବା ଉଦ୍ଦେଶ୍ୟରେ ହିଁ କେନ୍ଦ୍ର ସରକାର ଏହି ସ୍କିମକୁ ଜାରି କରିଛନ୍ତି ।  କିନ୍ତୁ ଏଥିପାଇଁ କିଛି ନିୟମାବଳୀ ରହିଛି ।
-ଯଦି ଆପଣଙ୍କ ପରିବାର ପାଖରେ ପୂର୍ବରୁ ଘର ଥିବ କିମ୍ବା ଆପଣଙ୍କ ନାଁରେ ପୂର୍ବରୁ ହିଁ କୌଣସି ଘର ଥିବ ତେବେ ଆପଣ ଏହି ସ୍କିମର ଲାଭ ଉଠାଇ ପାରିବେ ନାହିଁ ।

-କିନ୍ତୁ ଯଦି ଘର ଆପଣଙ୍କ ବାପା ମା’ ଙ୍କ ନାଁରେ ଥିବ ଓ ଆପଣଙ୍କ ବିବାହ ହୋଇ ସାରିଥିବ ।  ତେବେ ଆପଣ ନୂଆ ଘରର ନିର୍ମାଣ ଉପରେ ଏହି ସ୍କିମର ଲାଭ ଉଠାଇ ପାରିବେ ।

pm awas

 

-ନିୟମ ଅନୁଯାୟୀ ପିତା ମାତାଙ୍କ ବ୍ୟତୀତ ସେମାନଙ୍କ ଅବିଵିଵାହିତ ପିଲାଙ୍କୁ ଏହି ନୂଆ ସ୍କିମରେ ଅନ୍ତର୍ଭୁକ୍ତ କରାଯାଇଛି ।

-ଯଦି ଆପଣ ପୂର୍ବରୁ କୌଣସି ସରକାରୀ ଯୋଜନାର ଲାଭ ଉଠାଇଥିବେ ତେବେ ଆପଣ ଏହି ନୂଆ ସ୍କିମର ଲାଭ ଉଠାଇ ପାରିବେ ନାହିଁ ।

-ଏହି ଯୋଜନାର ଦ୍ଵିତୀୟ ଥର ଯେମିତି କେହି ଲାଭ ଉଠାଇ ନପାରିବେ ନାହିଁ ସେନେଇ ପରିବାରର ସମସ୍ତ ସଦସ୍ୟଙ୍କ ଆଧାର ନମ୍ବରକୁ ବାଧ୍ୟତାମୂଳକ କରାଯାଇଛି ।

ଏହି ସ୍କିମ ସହାୟତାରେ କିନ୍ତୁ କିପରି ଲାଭ ଉଠାଯାଇପାରିବ ସେନେଇ ପୂର୍ବରୁ ହିଁ ଯୋଜନାର ସମସ୍ତ ତଥ୍ୟ ବାବଦରେ ଜଣାଥିବା ଦରକାର ।  ଏମଆଇଜି-1 କାଟାଗୋରିରେ ଆସୁଥିବା ପରିବାରବର୍ଗଙ୍କୁ ୯ ଲକ୍ଷ ପର୍ଯ୍ୟନ୍ତ ଋଣରେ ୪ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ମିଳିପାରିବ ।  ଏହାବାଦ ଏମଆଇଜି-11 ଗ୍ରୁପରେ ଆସୁଥିବା ଲୋକଙ୍କୁ ୧୨ ଲକ୍ଷ ପର୍ଯ୍ୟନ୍ତ ଋଣରେ ଛାଡ ମିଳିବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.