ଯଦି ଆପଣଙ୍କ ପାଖରେ ଅଛି ଦୁଇଟି ପ୍ୟାନ୍ କାର୍ଡ ଗୋଟେ କରିଦିଅନ୍ତୁ ସରେଣ୍ଡର, ନଚେତ୍ ଦେବାକୁ ପଡିପାରେ ୧୦ଟଙ୍କା ଜରିମନା !

ଯଦି ଆପଣଙ୍କ ପାଖରେ ଦୁଇଟି ପ୍ୟାନ୍ କାର୍ଡ ଅଛି ଏଥିରୁ ଗୋଟେ ତତ୍କାଳ ସରେଣ୍ଡର କରିଦିଅନ୍ତୁ । ଅନ୍ୟଥା ଆୟକର ବିଭାଗ ଆପଣଙ୍କ ଉପରେ ୧୦ହଜାର ଟଙ୍କା ଜରିମନା ଲଗାଇପାରେ। ଆୟକର ଅଧିନିୟମ ୧୯୬୧ ଧାରା ୨୭୨ ଆଇନ୍ ଅନୁସାରେ କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରେ । କଳାଧନ ଉପରେ ଅଙ୍କୁଶ ଲଗାଇବା ଏବଂ ପ୍ୟାନ ଧାରକଙ୍କ ରେକର୍ଡ ସୁରକ୍ଷିତ ରଖିବା ପାଇଁ ପ୍ୟାନ୍ କାର୍ଡ ଯାଞ୍ଚ କରାଯାଉଛି।

panଆୟକର ବିଭାଗ ଅଧିକାରୀ କହିଛନ୍ତି କି, ପ୍ୟାନ ଏକ ସ୍ବତନ୍ତ୍ର ନମ୍ବର ହୋଇଥାଏ । ଯେମିତିକି ଦୁଇଟି ଲୋକଙ୍କ କିମ୍ବା ଦୁଇଟି କମ୍ପାନୀଙ୍କ ପ୍ୟାନ୍ ସମାନ ହୋଇନଥାଏ ସେହିପରି ଜଣେ ବ୍ୟକ୍ତି କିମ୍ବା କମ୍ପାନୀ ଦୁଇଟି ପ୍ୟାନ ରଖିପାରିବେ ନାହିଁ । ଯଦି ଭୁଲ୍ ବଶତଃ ଦୁଇଟି ପ୍ୟାନ୍ ରହିଯାଇଛି ତେବେ ତାକୁ ସରେଣ୍ଡର କରିବା ପାଇଁ ଅନଲାଇନ୍ ଏବଂ ଅଫଲାଇନ୍ ଦୁଇଟି ପ୍ରକ୍ରିୟା ଦ୍ବାରା କରିପାରିବେ । ସରେଣ୍ଡର କରିବା ବେଳେ ନାମ ରେ ପରିବର୍ତ୍ତନ କିମ୍ବା ଠିକଣାରେ ପରିବର୍ତ୍ତନ ପାଇଁ ମଧ୍ୟ ଫର୍ମ ଉପଲବ୍ଧ ହେଉଛି।

ଏହାସହ ପଢନ୍ତୁ: ବଢିଲା ଆୟକର ରିଟର୍ଣ୍ଣ ଦାଖଲ ଅବଧି, ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢାଇଛନ୍ତି କେନ୍ଦ୍ର ସରକାର

pancardନ୍ୟାସନାଲ ସିକ୍ୟୁରିଟି ଡିପାଟମେଣ୍ଟ ଲିମିଟେଡର ୱେବସାଇଟ୍ କୁ ଯାଇ ନୂଆ ପ୍ୟାନ ପାଇଁ ଆବେଦନ କରୁଥିବା ବ୍ୟକ୍ତି ଲିଙ୍କରେ ଫର୍ମ ଫିଲଅପ୍ କରନ୍ତୁ । ଯିଏ ପ୍ୟାନକୁ ଜାରି ରଖିବାକୁ ଚାହୁଁଛନ୍ତି, ସେମାନେ ଫର୍ମର ଉପରି ଭାଗରେ ଲେଖନ୍ତୁ । ଦ୍ବିତୀୟ ପ୍ୟାନ କାର୍ଡ ବିଷୟରେ ଜାଣିବା ପାଇଁ ୧୧ ନମ୍ବର ଧାଡି ଫିଲଅପ୍ କରନ୍ତୁ । ଏହା ବ୍ୟତିତ ଯେଉଁ ପ୍ୟାନକୁ ରଦ୍ଦ କରିବାକୁ ଅଛି ତାହାର କପି ଫର୍ମ ସହିତ ଲଗାଇଦିଅନ୍ତୁ । ଯଦି କେଉଁ କାରଣରୁ ପ୍ୟାନ ହଜିଯାଇଛି କିମ୍ବା ଖରାପ ହୋଇଯାଇଛି ତେବେ ନୂଆ ପ୍ୟାନ କରିବା ବଦଳରେ ତାହାର ଡୁପ୍ଳିକେଟ ବନାଇ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.