Below header

ଆଧାର କାର୍ଡ ଜରିଆରେ ITR ଫାଇଲ୍ କରୁଛନ୍ତି କି ,ଏବେ ଘରେ ବସି ପାଇପାରିବେ ପାନ୍ କାର୍ଡ

ଯଦି ଆପଣ କେବଳ ଆଧାର ଜରିଆରେ ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ କରୁଛନ୍ତି ତେବେ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ନିଜେ ଆପଣଙ୍କୁ ପାନ୍ କାର୍ଡ ବଣ୍ଟନ କରିବ। ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସେସ୍ (CBDT) ଚେୟାରମ୍ୟାନ ଏହି ସୂଚନା ଦେଇଛନ୍ତି। ଏନେଇ ସୋମବାର ଇନ୍‌କମ୍‌ ଟ୍ୟାକ୍ସ ଡିପାଟମେଣ୍ଟ ତରଫରୁ ଏକ ନୋଟିଫିକେସନ୍‌ ଜାରି କରାଯାଇଛି।

ରିପୋର୍ଟ ଅନୁଯାୟୀ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପାନ୍ କାର୍ଡ ଏବଂ ଆଧାର କାର୍ଡରେ ସାମାନ୍ୟ ଅଦଳ-ବଦଳ କରିଛନ୍ତି। ବର୍ତ୍ତମାନ ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ପାନ୍ କାର୍ଡ ନାହିଁ ତେବେ ସେ ଆଧାର ନମ୍ବର ବ୍ୟବହାର କରି ଟ୍ୟାକ୍ସ ରିଟର୍ନ ଫାଇଲ କରିପାରିବେ। ସିବିଡିଟି ର ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ମୋଦିଙ୍କ କହିବା ଅନୁଯାୟୀ ପାନ୍ କାର୍ଡର ଉପଯୋଗିତା ଶେଷ ହୋଇନାହିଁ। ବଜେଟରେ ଦୁଇଟି ଡାଟାବେସ୍ କୁ ଗୋଟିଏ ଅନ୍ୟଟିର ସ୍ଥାନରେ ବ୍ୟବହାର କରିବା ପାଇଁ ଅତିରିକ୍ତ ସୁବିଧା ରହିଛି। ଯାହା ବର୍ତ୍ତମାନ ଅନିବାର୍ଯ୍ୟ।

PAN CARDଅଧ୍ୟକ୍ଷଙ୍କ କହିବା ଅନୁଯାୟୀ ଏହି ଘଟଣାରେ ଯେଉଁଠାରେ ଆଧାରର ପ୍ରମାଣ ଦିଆଯାଉଛି ସେଠାରେ ପାନ କାର୍ଡର ଉଲ୍ଲେଖ ରହିବ ନାହିଁ। ସେଠାରେ ଆମେ ବ୍ୟକ୍ତିଙ୍କୁ ପାନ୍ କାର୍ଡ ବଣ୍ଟନ କରିବା ବିଷୟରେ ଚିନ୍ତା କରିପାରୁ। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଭାଷଣରେ କରାଯାଇଥିବା ପ୍ରାବଧାନ ପରେ ଆୟକର ବିଭାଗ ଦ୍ବାରା ଜାରି କରାଯାଇଥିବା ପାନ୍ କାର୍ଡର ଉପଯୋଗିତା ରହିବ ନାହିଁ ପ୍ରଶ୍ନର ଉତ୍ତରରେ ସେ ସିବିଡିଟି ପ୍ରମୁଖ କହିଛନ୍ତି ଯେ ଏହି ପ୍ରସ୍ତାବକୁ ବିଭ୍ରାନ୍ତ କରି ଦେଖାଯାଉଛି।

ଏହା ସହ ପଢନ୍ତୁ: ଘରେ ଆଧାର କାର୍ଡ ଭୁଲିଯାଇଥିଲେ କରନ୍ତୁ ନାହିଁ ଚିନ୍ତା, ଆବଶ୍ୟକତା ସମୟରେ ଏମିତି କରନ୍ତୁ ନିଜର ସମସ୍ତ କାମ

ପ୍ରକୃତରେ ପାନ୍ର  ଉପଯୋଗିତା ଶେଷ ହେଉନାହିଁ। ଏହାର ଉପଯୋଗ ଚାଲୁ ରହିବ। ଟ୍ୟାକ୍ସ ଜମା କରୁଥିବା ବ୍ୟକ୍ତିମାନଙ୍କୁ ଅତିରିକ୍ତ ସୁବିଧା ଯୋଗାଇ ଦେବା ପାଇଁ ଏଭଳି ପ୍ରୟାସ ଆରମ୍ଭ ହୋଇଛି। ଯଦି କୌଣସି ବ୍ଯକ୍ତି ପାନ୍ ର ଉଲ୍ଲେଖ କରିନାହାନ୍ତି ଏବଂ ତାଙ୍କ ପାଖରେ କେବଳ ଆଧାର ରହିଛି ତେବେ ଆଇଟି ରିଟର୍ନ ଦାଖଲ କରିବା ପ୍ରକ୍ରିୟା ପ୍ରଭାବିତ ହେବ ନାହିଁ। ଏଥିସହ ବିଭାଗର ଆକଳନ କରୁଥିବା ଅଧିକାରୀ ପାନ୍ ବଣ୍ଟନ କରିବାରେ ନିଜ ଶକ୍ତି ବ୍ୟବହାର କରିବେ। ସିବିଡିଟି ପ୍ରମୁଖଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଦୁଇଟି ଡାଟା ବେସକୁ ଯୋଡିବା ଜରୁରୀ ଏବଂ ଆଇନରେ ମଧ୍ୟ ଏହାର ପ୍ରାଧାନ୍ୟ ରହିଛି। ଦେଶରେ ୧୨୦ କୋଟି ଠାରୁ ଅଧିକ ଲୋକମାନଙ୍କ ପାଖରେ ଆଧାର କାର୍ଡ ଥିବା ବେଳେ ସେଥିରୁ ୨୨ କୋଟି ଲୋକ ପାନ୍ କାର୍ଡକୁ ଆଧାର ସହ ଲିଙ୍କ୍ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.