ଷ୍ଟେଜ୍‌ରେ ପରଫରମାନ୍ସ କରୁଥିଲେ ପପ୍‌ ସିଙ୍ଗର, ହଠାତ୍‌ ଘଟିଲା ଏମିତି କିଛି, ଚାଲିଗଲା ଷ୍ଟାରଙ୍କ ଜୀବନ

ସିଙ୍ଗର ହୁଅନ୍ତୁ କି ଆକ୍ଟର, ସମସ୍ତେ କୌଣସି ଖାସ୍‌ ଉତ୍ସବ କିମ୍ବା ନିଜର ପ୍ରୋଜେକ୍ଟକୁ ପ୍ରମୋଟ କରିବା ପାଇଁ ଷ୍ଟେଜରେ ପରଫରମାନ୍ସ କରିଥାଆନ୍ତି। ଷ୍ଟେଜକୁ ଆକର୍ଷଣୀୟ ଲୁକ୍‌ ଦେବା ପାଇଁ ବିଭିନ୍ନ ପ୍ରକାରର ଷ୍ଟାଇଲିଶ୍‌ ଡିଜାଇନ୍‌ ଏବଂ ଆତସବାଜି ଫୁଟାଯାଇଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି, ପରଫରମାନ୍ସ ସମୟରେ ଷ୍ଟେଜରେ ଫୁଟାଯାଉଥିବା ବାଣ କାହାର ଜୀବନ ନେଇପାରେ ? ଖାସ୍‌ କରି ସେହି ଷ୍ଟାରଙ୍କର, ଯାହାଙ୍କ ପରଫରମାନ୍ସକୁ ବେଷ୍ଟ ବନାଇବା ପାଇଁ ଏଭଳି କିଛି ବ୍ୟବସ୍ଥା କରାଯାଇଥାଏ।

fire1

ହଁ, ଏମିତି ଘଟଣା ଜଣେ ସ୍ପାନିସ୍‌ ପପ୍‌ ସିଙ୍ଗରଙ୍କ ସହିତ ହୋଇଛି। ତାଙ୍କ ନାଁ ଜୋଆନା ସୈଞ୍ଜ। ସେ ସ୍ପେନର ଲସ୍‌ ବର୍ଲାସ୍‌ ସହରରେ ଏକ ମ୍ୟୁଜିକ୍‌ କର୍ନସର୍ଟ ସମୟରେ ନିଜର ସୁପର ହଲିଉଡ୍‌ ଅର୍କେଷ୍ଟ୍ରା କୃ ସହ ପରଫରର୍ମାନ୍ସ ଦେଉଥିଲେ। କିନ୍ତୁ ଦୁଃଭାଗ୍ୟବଶତଃ ହଠାତ୍‌ ଷ୍ଟେଜ୍‌ ଉପରେ ଫୁଟିଥିବା ବାଣରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହାସହ ପଢନ୍ତୁ: ଗରିବଙ୍କ ପାଇଁ ଆଗେଇ ଆସିଲେ ୧୬ ବର୍ଷର ଏହି ବାଳିକା, ୪୫ କିମି ପାଣିରେ ପହଁରି ଏକଜୁଟ କଲେ ୪୨ ଲକ୍ଷ ଟଙ୍କା

ଏହି ଫେଷ୍ଟିଭାଲରେ ପାଖାପାଖି ୧୦୦୦ ଲୋକ ଆସିଥିଲେ। ଅଘଟଣ ଘଟିବା ସମୟରେ ସେଠାରେ ଆତଙ୍କ ଖେଳିଯାଇଥିଲା। ଷ୍ଟେଜ୍‌ ଉପରେ ଉପସ୍ଥିତ କୃ ମେମ୍ବରମାନେ ସିଙ୍ଗର ଜୋଆନାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇଯାଇଥିଲେ। କିନ୍ତୁ କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଷ୍ଟେଜ୍‌ ଡିଜାଇନ୍‌ କରିଥିବା କମ୍ପାନୀ ଏବଂ କର୍ନସର୍ଟ ରଖିଥିବା ଗ୍ରୁପ୍‌ଙ୍କ କହିବା ହେଲା, ସେମାନେ ଏଭଳି ଷ୍ଟେଜ୍‌ ଗତ କିଛି ବର୍ଷ ହେବ କରିଆସୁଛନ୍ତି, କିନ୍ତୁ ପୂର୍ବରୁ ଏମିତି କେବେ ହୋଇ ନ ଥିଲା।