୫୨ ବର୍ଷର ରିକ୍ସାବାଲା, ୩ ହଜାର ଯୁବତୀଙ୍କୁ ଫସାଇଲେ ପ୍ରେମ ଜାଲରେ, ଜାଣନ୍ତୁ କିପରି

ଫେସବୁକରେ ନକଲି ଆକାଉଣ୍ଟ ଦେଖି ଅନେକ ଲୋକ ଠକାମୀର ଶିକାର ହୋଇଥିବା କଥା ତ ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଏଠାରେ ଜଣେ ରିକ୍ସାବାଲା ଫେସବୁକରେ ନକଲି ଫଟୋ ଲଗାଇ ୧୦୦ କିମ୍ୱା ୨୦୦ ନୁହେଁ ବରଂ ୩ ହଜାର ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ । ରିକ୍ସାବାଲାର କହିବା ଅନୁଯାୟୀ ପ୍ରଥମେ ତାଙ୍କର ୫୦୦ ଫ୍ରେଣ୍ଡ ଥିଲେ କିନ୍ତୁ ଆଇପିଏସ ନୁରୁଲ ହାସନଙ୍କ ଫଟୋ ଲଗାଇବା ପରେ ତାଙ୍କର ଫ୍ରେଣ୍ଡ ଲିମିଟ ଫୁଲ ହୋଇ ପାଞ୍ଚ ହଜାରରେ ପହଂଚି ଯାଇଥିଲା । ଯେଉଁଥିରୁ ସାଢେ ତିନି ହଜାର କେବଳ ଯୁବତୀ ଥିଲେ ।

 

Related image

ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ବରେଲୀ ଠାରେ । ସୂଚନା ଅନୁଯାୟୀ ରିକ୍ସାବାଲାଙ୍କୁ ଥାନାରେ ପଚରା ଉଚରା କରିବା ସମୟରେ ସେ କହିଥିଲେ ଯେ ଫେସବୁକରେ ବନ୍ଧୁତା ହେବା ପରେ ମୁମ୍ବାଇ ଠାରୁ ନେଇ ବରେଲୀ ପର୍ଯ୍ୟନ୍ତ ଅନେକ ଯୁବତୀ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ୫୨ ବର୍ଷୀୟ ଜାଭେଦ ଛଅ ମାସ ଧରି ଆଇପିଏସଙ୍କ ଫଟୋ ଲଗାଇ ଝିଅମାନଙ୍କ ସହ ଚାଟିଙ୍ଗ କରି ଆସୁଥିଲେ । ସେଥିମଧ୍ୟରୁ ଅନେକ ଯୁବତୀ ତାଙ୍କୁ ଫେସବୁକରେ ଆଇ ଲଭ ୟୁ ମଧ୍ୟ ଲେଖିଥିଲେ ଓ ତାର ପ୍ରତି ବଦଳରେ ସେ ଆଇ ଲାଭ ୟୁ ଠୁ ଲେଖି ପଠାଇ ଦେଉଥିଲେ ।

 

Image result for blurred fb chat

ହାଇସ୍କୁଲ ଫେଲ ହୋଇଥିବା ଜାଭେଦ କହିଛନ୍ତି କି ତାଙ୍କୁ ଟିକେ ଟିକେ ଇଂରାଜୀ ଜଣାଅଛି । ଝିଅମାନେ ତାଙ୍କୁ ଫେସବୁକରେ ନିଜର ଅଶ୍ଳୀଳ ଫଟୋ ମଧ୍ୟ ପଠାଇଥାନ୍ତି । ସେ ଅନେକ ଝିଅଙ୍କର ଫଟୋ ଏବଂ ଚାଟିଙ୍ଗ ମଧ୍ୟ ଦେଖାଇଥିଲେ । ସେହି ସମୟରେ ସେ ୧୬ ଜଣ ଝିଅଙ୍କ ସହ ଚାଟିଙ୍ଗ କରୁଥିଲେ ।

NURUL HASAN

ପଚରା ଉଚରା ପରେ ଇଜ୍ଜତନଗର ପୋଲିସ ତାଙ୍କ ନାମରେ ଏକ ମାମଲା ରୁଜୁ କରିଛି । ସୋମବାର ଜାଭେଦଙ୍କୁ କୋର୍ଟ ଫରୱାର୍ଡ଼ ପରେ ଜେଲକୁ ପଠାଇ ଦିଆଯାଇଛି । ଜାଭେଦଙ୍କ କହିବା ଅନୁଯାୟୀ ତାଙ୍କ ପାଖକୁ ସବୁଠାରୁ ବେଶି କଲ ଏବଂ ମେସେଜ ବରେଲିର ଯୁବତୀମାନଙ୍କ ଠାରୁ ଆସୁଥିଲା । କିନ୍ତୁ ସେ କେବେବି କଥା ହେଉନଥିଲେ କିମ୍ବା ଭିଡ଼ିଓ କଲ ରିସିଭ କରୁନଥିଲେ ।

ଏହାସହ ପଢନ୍ତୁ ବୟସ ମାତ୍ର ଏକ ବର୍ଷ କିନ୍ତୁ ମୁଣ୍ଡରେ କେଶ ଦେଖିଲେ ବୁଲାଇଯିବ ଆପଣଙ୍କ ମୁଣ୍ଡ

ଜାଭେଦଙ୍କର ଗୋଟିଏ ଭେଣ୍ଡିଆ ପୁଅ ଅଛି । ଯେତେବେଳେ ଜାଭେଦଙ୍କ ପତ୍ନୀ ଜାଣିବାକୁ ପାଇଲେ ଯେ ସେ କାମ ଧନ୍ଦା ଛାଡି ଫେସବୁକରେ ଚାଟିଙ୍ଗ କରିବାରେ ବ୍ୟସ୍ତ ରହୁଛନ୍ତି ଏବଂ ଝିଅମାନଙ୍କର ଅଶ୍ଳୀଳ ଫଟୋ ଦେଖୁଛନ୍ତି ସେଥିପାଇଁ ସେ ତାଙ୍କର ପାଞ୍ଚୋଟି ଫୋନ ଭାଙ୍ଗି ଦେଇଥିଲେ । ଏହିସବୁ ପରେ ମଧ୍ୟ ସେ ଚାଟିଙ୍ଗ ବନ୍ଦ କରିନଥିଲେ । ବର୍ତ୍ତମାନ ପୋଲିସ ତାଙ୍କ ମୋବାଇଲକୁ ଜବତ କରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.