Below header

ପାଞ୍ଚ ବର୍ଷରେ ସବୁଠାରୁ କମ୍ ହେଲା ଜିଡିପି, ୬.୧ ପ୍ରତିଶତ ବେରୋଜଗାରୀ ସଂଖ୍ୟା

ମୋଦି ସରକାରଙ୍କ ଦ୍ବାରା ପୁନର୍ବାର ଦେଶ ସମ୍ଭାଳିବା ତୁରନ୍ତ ପରେ ହିଁ ଦେଶର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଆର୍ଥିକ ମୋର୍ଚ୍ଚାରେ ଭଲ ଖବର ଶୁଣିବାକୁ ମିଳୁନାହିଁ। ପାଞ୍ଚ ବର୍ଷରେ ବିକାଶ ଦରରେ ଅଭାବ ଦେଖିବାକୁ ମିଳିଲା। ଏହା ପୂର୍ବ ଆର୍ଥିକ ବର୍ଷର ତିନି ମାସ ମୁକାବିଲାରେ ବହୁତ କମ୍ ଅଟେ।

ଚତୁର୍ଥ ତ୍ରୈମାସିକରେ ଏହା ହେଉଛି ବିକାଶ ଦର

ଜାନୁୟାରୀ-ମାର୍ଚ୍ଚ ମଧ୍ୟରେ ଦେଶର ବିକାଶ ଦର ୫.୮ ପ୍ରତିଶତ ରହିଛି। ଅବଶ୍ୟ ଏହାପୂର୍ବରୁ ପ୍ରଥମ ତିନି ତ୍ରୈମାସିକରେ ବିକାଶ ଦର ର ସଂଖ୍ୟା ୮.୨ ପ୍ରତିଶତ, ୭.୧ ପ୍ରତିଶତ ଏବଂ ୬.୬ ପ୍ରତିଶତ ରହିଥିଲା। ଯଦି ଚତୁର୍ଥ ତ୍ରୈମାସିକକୁ ବାହାର କରାଯାଏ ତେବେ ବିକାଶ ଦର ୫.୭ ପ୍ରତିଶତ ରହିଛି।

ଚୀନ ଠାରୁ ରହିଛି ପଛରେ

ଚତୁର୍ଥ ତ୍ରୈମାସିକରେ ବିଶ୍ବ ସବୁଠାରୁ ଦ୍ରୁତ ଗତିର ଅର୍ଥବ୍ୟବସ୍ଥା ମାମଲାରେ ପଡୋଶୀ ଦେଶ ଚୀନ ମଧ୍ୟ ଆଗକୁ ଚାଲି ଯାଇଛି। ସେହିଭଳି ବେରୋଜଗାରୀ ର ସଂଖ୍ୟା ମଧ୍ୟ ବହୁତ ବଢ଼ି ଯାଇଛି। ଦେଶରେ ବେରୋଜଗାରୀ ୬.୧ ପ୍ରତିଶତ ସଂଖ୍ୟାରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.