ଭୁବନରେ କାୟା ମେଲାଉଛି ଜଣ୍ଡିସ୍‌, ୨୫ରୁ ଅଧିକ ଆକ୍ରାନ୍ତ

ଢେଙ୍କାନାଳ : ଭୁବନରେ କାୟା ମେଲାଉଛି ଜଣ୍ଡିସ୍‌ । ଜଣ୍ଡିସ୍‌ କବଳରେ ଏବେ ୨୫ରୁ ଅଧିକ ଆକ୍ରାନ୍ତ । ଭୁବନ ଏନଏସିରେ ବିପର୍ଯ୍ୟସ୍ତ ପରିମଳ ଓ ଦୂଷିତ ପାଣି ପାଇଁ ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି । ଏନଏସିରେ ଜଳ ଯୋଗାଣ ପାଇଁ ବିଛା ଯାଇଥିବା ପାଇପ ଜରିଆରେ ଦୂଷିତ ଡ୍ରେନ ପାଣି ମିଶି ରୋଗ ବ୍ୟାପୁଛି । ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ବି ପ୍ରଶାସନର ଏଥି ପ୍ରତି ନିଘା ନାହିଁ ।

ଦିନକୁ ଦିନ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫଳରେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହିତ କଟକ ବଡ଼ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ଧୀରେ ଧୀରେ ଏହା ବ୍ୟପୁଥିବା ବେଳେ ପ୍ରଶାସନ ତରଫରୁ ସେମିତି ବିଶେଷ କିଛି ପଦକ୍ଷେପ ନିଆଯାଉନି । ଏନେଇ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନି ।

ତୁରନ୍ତ ପରିମଳ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁଧାରିବା ପାଇଁ ସାଧାରଣରେ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.