Below header

ଦୁଇ ଦିନ ବଢ଼ିଲା ଡାକ ବିଭାଗରେ ଆବେଦନର ଶେଷ ତାରିଖ, କରିନଥିଲେ ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ଡାକ ବିଭାଗର ଗୁଜୁରାଟ ଓ କର୍ଣ୍ଣାଟକ ପୋଷ୍ଟାଲ ସର୍କଲରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିପାଇଁ ଆବେଦନର ଶେଷ ତାରିଖ ଦୁଇ ଦିନ ପାଇଁ ଅର୍ଥାତ ଜାନୁଆରୀ ୨୩ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଯେବେକି ପୂର୍ବରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ଶେଷ ତାରିଖ ଥିଲା । ଏହିପଦ ଗୁଡିକ ପାଇଁ ଅନଲାଇନ ଜରିଆରେ ହିଁ ଆବେଦନ କରାଯାଇପାରିବ ।

ପଦ ସଂଖ୍ୟା: ଗ୍ରାମୀଣ ଡାକ ସେବକ (ଗୁଜୁରାଟ) – ୧୮୨୬
ଗ୍ରାମୀଣ ଡାକ ସେବକ( କର୍ଣ୍ଣାଟକ)- ୨୪୪୩

ବୟସ ସୀମା:   ଏହି ପଦ ଗୁଡିକ ପାଇଁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ରଖାଯାଇଥିବା ବେଳେ ସର୍ବାଧିକ ବୟସ ୪୦ ବର୍ଷ ରଖାଯାଇଛି ।

ସର୍ବନିମ୍ନ ଯୋଗ୍ୟତା: ଏହି ପଦରେ ଆବେଦନ କରିବା ପାଇଁ ସର୍ବନିମ୍ନ ଯୋଗ୍ୟତା ୧୦ମ ପାସ ହୋଇଥିବା ଆବଶ୍ୟକ ।

ଏମିତି କରିବେ ଆବେଦନ: ଗ୍ରାମୀଣ ଡାକ ସେବକ ପଦ ପାଇଁ ଆବେଦନ କରିବାକୁ ହେଲେ ଯୋଗ୍ୟ ପ୍ରାର୍ଥୀ ମାନେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ । ଅଥବା ଦିଆଯାଇଥିବା ଲିଙ୍କରୁ ନୋଟିଫିକେସନ ଡାଉନଲୋଡ଼ କରି ଭଲ ଭାବରେ ପଢି ନିଅନ୍ତୁ । ସବୁ ତଥ୍ୟ ଟିକିନିଖି ଜାଣିବା ପରେ ହିଁ ଫର୍ମ ଫିଲପ କରନ୍ତୁ ।

ଚୟନ ପ୍ରକ୍ରିୟା: ଏହି ପଦ ପାଇଁ ମେରିଟ ଲିସ୍ଟ ଆଧାରରେ ଚୟନ କରାଯିବ ।

ଆବେଦନ ଶୁଳ୍କ: ଆବେଦନ ପାଇଁ ସାଧାରଣ ବର୍ଗ ପୁରୁଷଙ୍କ ପାଇଁ ୧୦୦ ଟଙ୍କା ଶୁଳ୍କ ରଖାଯାଇଛି । କିନ୍ତୁ ଅନ୍ୟ ବର୍ଗ ପାଇଁ କୌଣସି ଫିସ ଦେବାକୁ ପଡ଼ିବନି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.