ମଶା ମାରିବା ପାଇଁ ୯ ବର୍ଷର ବାଳିକା ଟାୟରରେ ବନାଇଲେ ଦେଶୀ ଯୋଗାଡ଼, ଭାଇରାଲ ହେଉଛି ଭିଡିଓ

ତାମିଲନାଡ଼ୁର ଜଣେ ୯ ବର୍ଷର ବାଳିକା ମଶାଙ୍କଠାରୁ ଛୁଟକାରା ପାଇବା ପାଇଁ ଏମିତି ଏକ ଯୋଗାଡ଼ ବନାଇଛନ୍ତି, ଯାହା ବିଷୟରେ ଆପଣ ଭାବି ମଧ୍ୟ ପାରିବେ ନାହିଁ। ତାଙ୍କ ନାଁ ଇନ୍ଦିରା, ସେ ତାଲିମନାଡ଼ୁର କଲପକ୍କମରେ ରୁହନ୍ତି। ଇନ୍ଦିରା ଓଭିଲାଣ୍ଟାସ୍‌ କନ୍‌ସେପ୍ଟ ଉପରେ କାମ କରିବାକୁ ଯାଇ ଏକ ଦେଶୀ ମଶା ଜାଲ ତିଆରି କରିଛନ୍ତି। ସେ ଏହାକୁ ବନାଇବା ପାଇଁ ୧୩ ଇଞ୍ଚର ପୁରୁଣା ଟାୟର, ୧ ହ୍ୟାଙ୍ଗର, ସିଲିକନ୍‌ ଅଠା, ୧ ଇଞ୍ଚ PVC ପାଇପ୍‌, ବଲ୍‌ ଭଲ୍‌ଭ, PVC ଅଠା, ଫିଲଟର ପେପର ଏବଂ ଗୋଟିଏ ପାଣି ଭର୍ତ୍ତି ବୋତଲ ବ୍ୟବହାର କରିଛନ୍ତି।

ଏହି ଦେଶୀ ମଶା ଜାଲ ମଶାମାନଙ୍କୁ ଆକର୍ଷିତ କରିଥାଏ। ପାଣିକୁ ଦେଖି ମଶାମାନେ ଏଠାକୁ ଆସିଥାଆନ୍ତି ଏବଂ ଅଣ୍ଡା ଦେଇଥାଆନ୍ତି। ଯେତେବେଳେ ଏହି ଅଣ୍ଡା ଲାଭାରେ ବଦଳିଯାଏ, ସେତେବେଳେ ଏଗୁଡ଼ିକୁ ଟାୟରରୁ ବାହାର କରି ଦିଆଯାଏ ଏବଂ କ୍ଲୋରିନ୍‌ ପାଣିରେ ମାରି ଦିଆଯାଏ। ଏମିତି କରି ଆପଣ ମଶାଙ୍କ ଦାଉରୁ ରକ୍ଷା ପାଇପାରିବେ। ତେବେ ଓଭିଲାଣ୍ଟାସ୍‌ ବନାଇବାର ଏହି ପ୍ରଣାଳୀ ମେକ୍ସିକୋ ଗାଁମାନଙ୍କରେ ବହୁତ ଲୋକପ୍ରିୟ ରହିଛି।

video courtesy: biology study class

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.