Below header

ନୟାଗଡ: ଘରେ କେହି ନଥିବା ବେଳେ ନାବାଳିକାକୁ ଦୁଷ୍କର୍ମ କଲା ଅଭିଯୁକ୍ତ, ଗୁରୁତର ହେବା ପରେ ମାରିଲା ଚମ୍ପଟ

ଟାଙ୍ଗୀ(କେନ୍ୟୁଜ୍):  ପୁଣି ନୟାଗଡ ଜିଲ୍ଲାରୁ ଆସିଲ ନାବାଳିକା ଦୁଷ୍କର୍ମର ଅଭିଯୋଗ। ଘରେ କେହି ନଥିବାର ସୁଯୋଗ ନେଇ ୧୨ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରି ଗୁରୁତର କରିଛି ଅଭିଯୁକ୍ତ । ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ ଚମ୍ପାପେଡ଼ୀ ଖଣ୍ଡିଆବନ୍ଧ ଗ୍ରାମରେ। ଅଭିଯୋଗ ମୁତାବକ ଗ୍ରାମର ଜନୈକା ନାବାଳିକାର ବାପା ଆନ୍ଧ୍ରପ୍ରଦେଶରେ ଶ୍ରମିକ ଭାବେ କାମ କରନ୍ତି। ମା ଓ ଭାଇ ୧୯ ତରିଖ ଦିନ ପଡ଼ୋଶୀ ଗାଁକୁ ଏକ ଭୋଜି ଖାଇବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ସେହିଗ୍ରାମର ପ୍ରେମାନନ୍ଦ  ଓରଫ ମଙ୍ଗୁଳି ବେହେରା ନାମକ ଜଣେ ୩୫ ବର୍ଷୀୟ ବ୍ୟକ୍ତି ଘରର ପଛପଟୁ ପଶି ନାବାଳିକାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ଯେହେତୁ ନାବାଳିକାର ଘର ଗାଁଠାରୁ ଟିକେ ଅଲଗା ହୋଇଥିଲା ତେଣୁ ନାବାଳିକାର ଚିତ୍କାର କାହାକୁ ଶୁଭିଲା ନାହିଁ।

କାମାନ୍ଧ ପ୍ରେମାନନ୍ଦର କାମନା ଚରିତାର୍ଥ ହେବା ପରେ ନାବାଳିକାକୁ ରକ୍ତାତ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲା। ସେପଟେ କିଛି ସମୟ ପରେ ନାବାଳିକାର ମା ଓ ଭାଇ ଆସି ଦେଖିଲାବେଳକୁ ରକ୍ତାତ ଓ ଚେତାଶୂନ୍ୟ  ହୋଇ ନାବାଳିକା ପଡ଼ି ରହିଛି। ପରେ ଝିଅର ଚେତା ଫେରିବା ପରେ ଘଟଣା ସମ୍ପର୍କରେ ନିଜ ମାକୁ ସବୁକିଛି ଜଣାଇଥିଲା। ଏହି ଘଟଣାକୁ ନେଇ ନାବାଳିକାର ମା ଅଭିଯୁକ୍ତର ଘରକୁ ପଚାରିବାକୁ ଯାଇଥିଲା। କିନ୍ତୁ ଅଭିଯୁକ୍ତ ସେଠାରେ ନାବାଳିକା ମା’ର ଗୋଡ଼ ଧରି ଭୁଲ ହୋଇଯାଇଥିବାର କହିଥିଲ ।

ଘଟଣାଟି ଗାଁଲୋକଙ୍କ କାନକୁ  ଯିବା ପରେ ସେମାନେ ଆପୋଷ ବୁଝାମଣା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ନାବାଳିକାର ମା ଏହାକୁ  ମାନି ନଥିଲେ।  ଏହି ଘଟଣାକୁ ନେଇ ଗତକାଲି ନାବାଳିକାର ମା ଚାନ୍ଦପୁର ଥାନାରେ ଏତଲା ଦେଇଛନ୍ତି । ଏତଲା ପାଇବା ପରେ ଚାନ୍ଦପୁର ଥାନା ଅଧିକାରୀ ନାବାଳିକାକୁ ପ୍ରଥମେ ଟାଙ୍ଗି ଓ ପରେ ଖୋର୍ଦ୍ଧାକୁ ନେଇ ଡାକ୍ତରୀମାଇନା କରିଛନ୍ତି। ଅନ୍ୟପଟେ ଅଭିଯୋଗ ଆଧାରରେ ଚାନ୍ଦପୁର ପୋଲିସ ଅଭିଯୁକ୍ତ ବିରୋଧରେ IPC ର ଧାରା -୪୫୧,୪୫୪,୩୩୬(2)(n)ରେ କେସ୍ ରୁଜ୍ଜୁ କରି ତଦନ୍ତ ଚଳାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.