ପାକିସ୍ତାନରେ ଟିଭି ଡିବେଟ୍‌ ସମୟରେ ନେତାଙ୍କ ମଧ୍ୟରେ ହାତାହାତି, ଜମେଇକି ଚାଲିଲା ବିଧା ଗୋଇଠା

ଇସ୍‌ଲାମ୍‌ବାଦ୍‌ : ଡିବେଟ୍‌ ସମୟରେ ବାଦୀ ଓ ପ୍ରତିବାଦୀଙ୍କ ମଧ୍ୟରେ ଝଗଡ଼ା ହେବା ସାଧାରଣ କଥା । ହେଲେ ପାକିସ୍ତାନରେ ଏକ ଟିଭିରେ ଚାଲିଥିବା ଲାଇଭ୍‌ ଡିବେଟ୍‌ ସମୟରେ ନେତାଙ୍କ ମଧ୍ୟରେ ମାଡପିଟ୍‌ ହେବା କଥାକୁ କେହି ସହଜରେ ଗ୍ରହଣ କରିପାରିବେ ନାହିଁ । ବାଦ ବିବାଦ ଏତେ ଗମ୍ଭୀର ହୋଇଯାଇଥିଲା ଯେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିଧା ଚାପଡ଼ା ଓ ଲାତ ଗୋଇଠା ଆରମ୍ଭ ହୋଇଯାଇଥିଲା ।

ଏହି ଭିଡ଼ିଓଟି ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓରେ ପିଟିଆଇ ପାର୍ଟିର ନେତା ମସରୁର୍‌ ଅଲ୍ଲୀ ସିଆଲ୍‌ ଙ୍କ ସହ ଇମତିଆଜ୍‌ ଖାନ୍‌ ପାଟିତୁଣ୍ଡ କରୁଥିବା ଦେଖାଯାଇଛି । ଏମିତି କଥାକୁ ବରଦାସ୍ତ କରାଯିବ ନାହିଁ ବୋଲି ଖାନ୍‌ କହୁଥିବା ବେଳେ ସିଆଲ୍‌ ତାଙ୍କ ଉପରେ ଆକ୍ରମଣ କରୁଥିବା ଦେଖାଯାଇଥିଲା । ଖାନ୍‌ଙ୍କୁ ତାଙ୍କ ଚୌକିରୁ ସିଆଲ୍‌ ଧକ୍କା ଦେବା ପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଜୋରଦାର୍‌ ହୋଇଥିଲା ।

ଫଳରେ ଉଭୟ ଉଭୟଙ୍କୁ ବିଧା ଗୋଇଠା ମାରିବା ସହ ବେଶ୍‌ କିଛି ସମୟ ଷ୍ଟୁଡିଓ ରଣକ୍ଷେତ୍ରରେ ପରିଣତ ହୋଇଥିଲା । ପରେ ସିଆଲ୍‌ ବସିବା ପାଇଁ ନିଜର ଚୌକି ପାଖକୁ ଆସିଥିବା ବେଳେ ଇମତିଆଜ୍‌ ଖାନ୍‌ ଷ୍ଟୁଡିଓ ବାହାରକୁ ଚାଲିଆସିଥିଲେ । ଏହି ଘଟଣାରେ ମାମଲ ଦାୟର କରିବା ପାଇଁ ପିଟିଆଇ ନେତାଙ୍କୁ ଚେତାବନୀ ଦିଆଯାଇଛି ।

ଏହି ଘଟଣାକୁ କାନଡାର ଜଣେ ସାମ୍ବାଦିକ ତାଙ୍କ ଟ୍ଵିଟର ହ୍ୟାଣ୍ଡେଲ୍‌ରେ ସେୟାର କରିଛନ୍ତି । କ୍ୟାପ୍‌ସନ୍‌ରେ ଲେଖିଛନ୍ତି ‘ଏକ ଦେଶ ଇତ୍‌ନେ ଉତ୍ପାଡନ୍‌ କୈସେ କର୍‌ତା ହେ…..ପାକିସ୍ତାନ କୈସେ କରତା ହେ’ । ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.