Below header

ତଳକୁ ଖସୁଛି ଭାରତର ଅର୍ଥନୀତି, ଓ୍ଵାଲର୍ଡ ବ୍ୟାଙ୍କ ଦେଲା ଏମିତି ରିପୋର୍ଟ

ତଳକୁ ଖସୁଛି ଭାରତର ଅର୍ଥନୀତି ।୨୦୧୭ରେ ଭାରତ ବିଶ୍ୱର ୫ମ ବୃହତ ଅର୍ଥନୀତି ଥିବାବେଳେ ୨୦୧୮ରେ ସପ୍ତମ ସ୍ଥାନକୁ ଖସିଛି । ଓ୍ଵାଲର୍ଡ ବ୍ୟାଙ୍କର ସଦ୍ୟ ରିପୋର୍ଟରେ ଏନେଇ ଉଲ୍ଲେଖ ରହିଛି । ଫ୍ରାନସ୍‌ ଓ ୟୁକେ ଆଗକୁ ଯାଇଥିବା ବେଳେ ଭାରତ ଏହି ତାଲିକାରେ ଦୁଇଟି ସ୍ଥାନ ତଳକୁ ଖସିଛି । ୨୦୧୮ରେ ଭାରତର ଅର୍ଥନୀତି ୨.୭୩ ଟ୍ରିଲିୟନ ଡଲାର ଥିଲା । ତାଲିକାର ପ୍ରଥମରେ ଆମେରିକା, ଦ୍ୱିତୀୟ ସ୍ଥାନରେ ଚାଇନା, ତୃତୀୟରେ ଜାପାନ, ଚତୁର୍ଥରେ ଜର୍ମାନୀ ରହିଥିବା ବେଳେ ୟୁକେ ଓ ଫ୍ରାନ୍ସ ପଞ୍ଚମ ଓ ଷଷ୍ଠ ସ୍ଥାନରେ ଅଛନ୍ତି । ୨୦.୪୯ ଟ୍ରିଲିୟନ ଡଲାର ସହ ଆମେରିକା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଚୀନର ଅର୍ଥନୀତି ୧୩.୬୧ ଟ୍ରିଲିୟନ ଡଲାରର ଥିଲା ।

 

ସେହିପରି ଜାପାନର ଅର୍ଥନୀତି ୪.୯୭ ଟ୍ରିଲିୟନ ଡଲାର ଓ ଜର୍ମାନୀର ଅର୍ଥନୀତି ୩.୯୯ ଟ୍ରିଲିୟନ ଡଲାରର ଥିଲା । ୨୦୨୪ -୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତି କରିବା ପାଇଁ ଲକ୍ଷ୍ୟ ରଖିଥିବା ଏହି ରିପୋର୍ଟ ମୋଦି ସରକାରଙ୍କ ନିଦ ଉଡେଇଦେଇଛି । ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୁଲ୍ୟ ହ୍ରାସ ପାଉଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା କହିଛନ୍ତି ଭାରତୀୟ ଅର୍ଥନୀତିଜ୍ଞ । ଅନ୍ୟପଟେ ସେୟାର ବଜାରରେ ଜାରି ରହିଛି ଡାଉନ ଟ୍ରେଣ୍ଡ୍‌ । ବଜେଟ ପରଠାରୁ ସେନସେକ୍ସ ୨୦୦୦ପଏଣ୍ଟରୁ ଅଧିକ ହ୍ରାସ ପାଇଥିବା ଥିବାବେଳେ ନିଫଟିରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.