ଅଯୋଧ୍ୟା ଜମି ବିବାଦ ମାମଲା ପାଇଁ ଗଠିତ ମଧ୍ୟସ୍ଥତା କମିଟି ଆଜି ସୁପ୍ରିମକୋର୍ଟରେ ଫାଇନାଲ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଆସନ୍ତାକାଲି ଜମି ବିବାଦ ମାମଲାର ପୁଣି ଥରେ ଶୁଣାଣି ହେବ । ଏହି ମାମଲାରେ ପ୍ରତିଦିନ ଶୁଣାଣି ହେବ କି ନାହିଁ ନିଷ୍ପତ୍ତି ନେବେ କୋର୍ଟ । ଅୟୋଧ୍ୟା ମାମଲାର ଶୁଣାଣି ଓପନ କୋର୍ଟରେ କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଗତ ୧୮ ତାରିଖରେ ହୋଇଥିବା ଶୁଣାଣିରେ ଫାଇନାଲ ରିପୋର୍ଟ ଦାଖଲ କରିବା ପାଇଁ କହିଥିଲେ ସୁପ୍ରିମକୋର୍ଟ ।