Below header

ବନ୍ଦେ ଭାରତ ଟ୍ରେନ୍ କୁ ବି ଭୁଲିଯିବେ, ଯେବେ ଟ୍ରାକରେ ଗଡିବ ହାଇଡ୍ରୋଜେନ୍ ଟ୍ରେନ୍

ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ଏମିତି ଏକ ଟ୍ରେନ୍ ଚାଲିବାକୁ ଯାଉଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ୨୦୨୩ ଡିସେମ୍ବର ସୁଦ୍ଧା ଦେଶରେ ଗଡିବାକୁ ଯାଉଛି ହାଇଡ୍ରୋଜେନରେ ଚାଲୁଥିବା ଟ୍ରେନ୍ ।

ଦେଶ ଉନ୍ନତି କରିବା ସହିତ ଉନ୍ନତି କରୁଛି ଭାରତୀୟ ରେଳ । ଦିନକୁ ଦିନ ବିକାଶ ଆଡକୁ ପାଦ ବଢ଼ାଉଛି ଇଣ୍ଡିଆନ୍‌ ରେଲେଓ୍ଵ । ବର୍ତ୍ତମାନ ଦେଶର ବିଭିନ୍ନ ଅଞ୍ଚଳରେ ଏବେ ବନ୍ଦେ ଭାରତ ଟ୍ରେନ୍ ଚାଲୁଥିବାବେଳେ, ଏହି ଟ୍ରେନକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ଲାଗି ରହିଛି । ହେଲେ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ଏମିତି ଏକ ଟ୍ରେନ୍ ଚାଲିବାକୁ ଯାଉଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ୨୦୨୩ ଡିସେମ୍ବର ସୁଦ୍ଧା ଦେଶରେ ଗଡିବାକୁ ଯାଉଛି ହାଇଡ୍ରୋଜେନରେ ଚାଲୁଥିବା ଟ୍ରେନ୍ ।

ଦେଶରେ ଏହି ହାଇଡ୍ରୋଜେନ୍ ଚାଲିଲେ ଦେଶର ଗମନାଗମନ କ୍ଷେତ୍ରରେ ଏକ ବୈପ୍ଲବିକ୍ ପରିବର୍ତନ ଆସିବ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁତାବକ ଗ୍ରୀନ୍ ଇନିସିଏଟିଭକୁ ଆଗକୁ ବଢାଇବା ପାଇଁ ଦେଶରେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଗଡିବ । ତେବେ ଆଧୁନିକ ସୁବିଧା ସହିତ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଦେଶର ଟ୍ରେନ୍ ଟ୍ରାକରେ ଗଡିବ ବୋଲି କୁହାଯାଇଛି ।

ହାଇଡ୍ରୋଜେନ୍ ଟ୍ରେନ୍ କଣ?

ହାଇଡ୍ରୋଜେନ୍ ଫୁଏଲରେ ଚାଲୁଥିବା ଟ୍ରେନ୍ ହେଉଛି ଏହି ହାଇଡ୍ରୋଜେନ୍ ଟ୍ରେନ୍ । ଏହି ରେଳ ଗାଡିରେ ଡିଜେଲ୍ ଇଞ୍ଜିନ୍ ବଦଳରେ ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ସ ଲଗାଯାଇଥାଏ । ଖାଲି ସେତିକି ନୁହେଁ, ଏହି ଟ୍ରେନରୁ କୌଣସି କାର୍ବନ ଡାଇଆକ୍ସସାଇଡ୍ ନିର୍ଗତ ନହେଉଥିବାବେଳେ, ଏହା ବାୟୁକୁ ମଧ୍ୟ ପ୍ରଦୁଷିତ କରିନଥାଏ ।

ହାଇଡ୍ରୋଜେନ୍ ଟ୍ରେନର ଖାସ୍ କଥା

• ହାଇଡ୍ରୋଜେନରେ ଚାଲୁଥିବା ଟ୍ରେନକୁ ଡାଇଡ୍ରେଲ୍ ଟ୍ରେନ୍ ମଧ୍ୟ କୁହାଯାଏ
• ଏହି ଟ୍ରେନ୍ ବିନା ଧୂଆ ନିର୍ଗତ କରି ଚାଲିଥାଏ, ପରିବେଶ ପ୍ରଦୁଷଣର ଭୟ ନଥାଏ
• ପ୍ରଥମେ ଏହି ଟ୍ରେନ୍ ହରିୟାଣାରେ ଚାଲିବା ନେଇ ଯୋଜନା ଚାଲିଛି
• ଏହାପରେ ଦାର୍ଜିଲିଂ, ଶିମଲା ଆଦି ଅଞ୍ଚଳରେ ଏହି ଟ୍ରେନ୍ ଚଲେଇବାକୁ ଯୋଜନା କରୁଛି ରେଳ ବିଭାଗ
• ଘଣ୍ଟାପ୍ରତି ୧୪୦ କିଲୋମିଟର ବେଗରେ ଗଡିପାରିବ ଏହି ହାଇଡ୍ରୋଜେନ୍ ଟ୍ରେନ୍
• କପୁରଥାଲାରେ ଏହି ଟ୍ରେନକୁ ପ୍ରସ୍ତୁତ କରାଯାଉଛି

ତେବେ ଡିଜେଲରେ ଚାଲୁଥିବା ଟ୍ରେନ୍ ତୁଳନାରେ ହାଇଡ୍ରୋଜେନ୍ ଟ୍ରେନ୍ ହେଉଛି ମହଙ୍ଗା ଟ୍ରେନ୍ । ସୂଚନା ମୁତାବକ, ହାଇଡ୍ରୋଜେନ୍ ଫୁଏଲର କିଲୋପ୍ରତି ଦାମ ହେଉଛି ୪୯୨ ଟଙ୍କା । ତେବେ ଡିଜେଲ ତୁଳନାରେ ହାଇଡ୍ରୋଜେନରେ ଟ୍ରେନ୍ ସଞ୍ଚାଳନ କ୍ଷମତା ୨୭ ପ୍ରତିଶତ ଅଧିକ ଅଟେ । ୟୁରୋପୀୟ ଦେଶ ଜର୍ମାନୀରେ ପ୍ରଥମେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଚାଲିସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.