Below header

ଟ୍ରେନ୍ ଯାତ୍ରୀଙ୍କୁ ବଡ ଝଟକା! ଏବେ ମିଳିବ ନାହିଁ ଜେନେରାଲ୍ ଟିକେଟ୍, ଜାଣନ୍ତୁ କାହିଁକି

IRCTC Indian Railways ପକ୍ଷରୁ ଯାତ୍ରୀଙ୍କୁ ପୁଣି ଏକ ବଡ ଝଟକା। ସୂଚନା ମୁତାବକ ଏବେ ଜେନେରାଲ୍ ଟିକେଟ୍ ଜାରି କରିବାର ଆଦେଶ ପରେ ଏହାକୁ ପୁଣି ଥରେ ପ୍ରତ୍ଯାହାର କରାଯାଇଛି। ଗତ ୮ ଡିସେମ୍ବରରେ ରେଳ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଆଦେଶ ପରେ ସଂକ୍ରମଣ ଏବଂ ଜୀବନ ନେଇଯାଉଥିବା ରୋଗ କାରଣରୁ ଦୀର୍ଘ ସମୟ ଧରି ବନ୍ଦ ଥିବା ରେଳ ବିଭାଗର ଟିକେଟ୍ କାଉଣ୍ଟର ଖୋଲାଯାଇଛି। ଏଠାରେ ସାଧାରଣ ରେଳଯାତ୍ରୀଙ୍କ ପାଇଁ ଜେନେରାଲ୍ ଟିକେଟ୍ ଉପଲବ୍ଧ ହେଉଥିଲା। କିନ୍ତୁ ବର୍ତ୍ତମାନ ନୂଆ ଆଦେଶ ଅନୁଯାୟୀ ଏବେ ଆଉ ଜେନେରାଲ୍ ଟିକେଟ୍ ମିଳିବନାହିଁ। ଯାହାଦ୍ବାରା ପୁଣି ଥରେ ସାଧାରଣ ଲୋକଙ୍କ ସମସ୍ଯା ବଢିଯାଇଛି।

ticket-counterନୂଆ ଆଦେଶ ଅନୁଯାୟୀ ଯାତ୍ରୀମାନେ ଏବେ ପାସେଞ୍ଜର ଏବଂ ଏକ୍ସପ୍ରେସ୍ ଟ୍ରେନ୍ ରେ ଜେନେରାଲ୍ ଟିକେଟ୍ ରେ ଯାତ୍ରା କରିପାରିବେ ନାହିଁ। ଷ୍ଟେସନ୍ ରେ ଏଣ୍ଟ୍ରି ଠାରୁ ଆରମ୍ଭ କରି ଯାତ୍ରା କରିବା ପର୍ଯନ୍ତ କନଫର୍ମ ଟିକେଟ୍ ଥିବା ଯାତ୍ରୀଙ୍କୁ ଅନୁମତି ମିଳିବ। ରେଳ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ଜୋନଲ ରେଲୱେକୁ ଜେନେରାଲ୍ ଟିକେଟ୍ ଜାରି ନକରିବା ପାଇଁ ଅବଗତ କରାଯାଇଛି। ଏନେଇ ବର୍ତ୍ତମାନ ସ୍ପଷ୍ଟ ହୋଇଛି, ସ୍ପେଶାଲ ଟ୍ରେନ୍ ପରିଚାଳନା ମଧ୍ଯରେ ବର୍ତ୍ତମାନ ସାମାନ୍ଯ ସ୍ଥିତିରେ ଚାଲୁଥିବା ଏକ୍ସପ୍ରେସ୍ ଏବଂ ସୁପରଫାଷ୍ଟ ଟ୍ରେନ୍ ଚାଲିବ ନାହିଁ।

train ticketଭାରତୀୟ ରେଳ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପୁରୁଣା ଆଦେଶ ଅନୁଯାୟୀ, ସମସ୍ତ ରେଲୱେ ଜୋନଲ କାର୍ଯାଳୟକୁ ଜେନେରାଲ୍ ଟିକେଟ୍ ଜାରି କରାଯିବା ନେଇ ଆଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ଅନୁଯାୟୀ ଟିକେଟ୍ କାଉଣ୍ଟର ମାଧ୍ଯମରେ ଜାରି କରିବା ପାଇଁ ସମ୍ବନ୍ଧିତ ଜୋନ୍ ରେ ଚାଲୁଥିବା ଟ୍ରେନ୍ ରେ ଯାତ୍ରା କରିବା ପାଇଁ ସମସ୍ତ ସତର୍କତା ସହ ଟିକେଟ୍ ପ୍ରଦାନ କରାଯାଇଥିଲା। ରେଲୱେ ବୋର୍ଡର ନିର୍ଦ୍ଦେଶକ ଭିପୁଲ ସିଙ୍ଗଲ ଜୋନଲ୍ ରେଳୱେକୁ ସମ୍ବନ୍ଧିତ ଅଞ୍ଚଳରେ ପରିସ୍ଥିତିର ଆକଳନ କରିବା ପରେ ଟିକେଟ୍ କାଉଣ୍ଟର ଖୋଲିବା ପାଇଁ ନିର୍ଦେଶ ଦେଇଥିଲେ। ଏଥିସହ ରେଲୱେ ପକ୍ଷରୁ ଜନସାଧାରଣ ଟିକେଟ୍ ବୁକିଂ ସେବା ମଧ୍ଯ ଆରମ୍ଭ କରାଯାଇଥିଲା। କିନ୍ତୁ ରେଳ ବିଭାଗର ନୂତନ ଆଦେଶ ପରେ ଏବେ ରେଳ ଷ୍ଟେସନ୍ ର ଟିକେଟ୍ କାଉଣ୍ଟରରୁ ଜେନେରାଲ ଟିକେଟ୍ ବିକ୍ରି କରାଯିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.