Below header

ଘର ବାରଣ୍ଡାରେ ଯୁବତୀ ଜଣକ ଏମିତି କଲେ ଭାରତନାଟ୍ଯମ ଡ୍ଯାନ୍ସ, ଯାହା ଏବେ ଇଣ୍ଟରନେଟରେ ହେଉଛି ଭାଇରଲ

ଇଣ୍ଟରନେଟରେ ଏବେ ଜଣେ ଯୁବତୀ ଡ୍ଯାନ୍ସ କରୁଥିବାର ଭିଡିଓ ଭାଇରଲ ହେଉଛି। ଯାହାକୁ ଦେଖି ଆପଣ ପ୍ରଶଂସା କରି ରହିପାରିବେ ନାହିଁ। ଏହି ଯୁବତୀଙ୍କ ସୁନ୍ଦର ଅନ୍ଦାଜରେ ଭାରତନାଟ୍ଯମ ଡ୍ଯାନ୍ସ ସମସ୍ତଙ୍କୁ ପସନ୍ଦ ଆସିଛି। ଯୁବତୀ ଜଣକ ଏହି ଡ୍ଯାନ୍ସ କରିଛନ୍ତି, ଯେଉଁଥିପାଇଁ ଏବେ ଏହା ସୋସିଆଲ ମିଡିଆରେ ଭାଇରଲ ହେଉଛି। ଟ୍ବିଟରରେ ଏହି ଭିଡିଓକୁ ଏପର୍ଯ୍ଯନ୍ତ ଲକ୍ଷେରୁ ଅଧିକ ଭ୍ଯୁ ମିଳିସାରିଛି।

ଏହି ଭିଡିଓରେ ଘର ବାହାର ବାରଣ୍ଡାରେ ଯୁବତୀ ଜଣକ ଠିଆ ହୋଇ ଡ୍ଯାନ୍ସ କରୁଛନ୍ତି। ଆଉ ବାରଣ୍ଡାରେ ଏମିତି ଡ୍ଯାନ୍ସ ମୁଭ କରୁଛନ୍ତି ୟୁଜର୍ସ ଏହାକୁ ଦେଖି ଆଶ୍ଚର୍ଯ୍ଯ ହୋଇପଡିଛନ୍ତି। ୭ ଡିସେମ୍ବରରେ ଏହି ଭିଡିଓ ଟ୍ବିଟରରେ ସେୟାର କରାଯାଇଥିଲା। ଯାହାକୁ କେବଳ ଭ୍ଯୁ ନୁହେଁ ହଜାରରୁ ଅଧିକ କମେଣ୍ଟ ମଧ୍ୟ ମିଳିସାରିଛି।

ଏହି ଯୁବତୀ ଜଣକ ହେଉଛନ୍ତି ରୁକ୍ମଣୀ କୁମାର, ଯିଏକି ଭାରତନାଟ୍ଯମ ଡ୍ଯାନ୍ସର ସହିତ ଜଣେ ଅଭିନେତ୍ରୀ ମଧ୍ୟ। ସେ ତାମିଲ ଫିଲ୍ମରେ କାମ କରନ୍ତି। ଇନଷ୍ଟାଗ୍ରାମରେ ଆକ୍ଟିଭ ରହୁଥିବା ରୁକ୍ମଣୀଙ୍କ ଏହି ଭିଡିଓ ଭାଇରଲ ହେଉଛି। ତାଙ୍କର ଇନଷ୍ଟାଗ୍ରାମରେ ୩ ଲକ୍ଷରୁ ଊର୍ଦ୍ଧ୍ବ ଫଲୋୟର୍ସ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.