କୁଚିଣ୍ଡା: ବୁଦା ମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା

କୁଚିଣ୍ଡା: ବୁଦା ମୂଳରୁ ଶିଶୁ କନ୍ୟା ଉଦ୍ଧାର । କୁଚିଣ୍ଡା ଥାନା ଘୋଷା ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଉକ୍ତ ଗ୍ରାମର ସୁରେନ୍ଦ୍ର ସେଠୀ ନାମକ ଜଣେ ବ୍ଯକ୍ତି, ରାତି ପ୍ରାୟ ୩ଟା ବେଳେ ଶୌଚ ହେବା ପାଇଁ ବାହାକୁ ଯାଇଥିବାବେଳେ, ଏକ ବୁଦା ଭିତରେ ନବଜାତ ଶିଶୁ କନ୍ୟାକୁ ଦେଖିବାକୁ ପାଇଥିଲେ ।

ଏହାପରେ ସେ ତୁରନ୍ତ ଶିଶୁଟିକୁ ସେଠାରୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ଶିଶୁ କନ୍ୟାର ଚିକିତ୍ସା ଆରମ୍ଭ କରିଥିବାବେଳେ, ବର୍ତ୍ତମାନ ଛୁଆଟିକୁ ଶିଶୁ ୱାର୍ଡରେ ରଖାଯାଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.