IRCTC ତତ୍କାଳ ଟିକେଟ ବୁକିଂ ପାଇଁ ଫଲୋ କରନ୍ତୁ ଏହି ୩ଟି ଷ୍ଟେପ

ବିଶ୍ୱର ପ୍ରାୟ ପ୍ରତିଟି ପ୍ରାନ୍ତରେ ଭରତୀୟ ରେଳର ଏକ ଭିନ୍ନ ପରିଚୟ ରହିଛି । ଏମିତିକି ଯେଉଁ ଗାଁକୁ ପକ୍କା ସଡକ ଟିଏ ନାହିଁ ସେଠି ବି ଭାରତୀୟ ରେଳ ନିଜ ପ୍ରଭାବ ବିସ୍ତାର କରିପାରିଛି । ସେ ଗରିବ ହୁଅନ୍ତୁ ଅବା ଧନୀ ସମସ୍ତେ ନିଜ ସୁବିଧା ଅନୁଯାୟୀ ଟିକଟ ବୁକ କରାଇଥାନ୍ତି । ଏଥିରେ ଜେନେରାଲ ବଗି ଠାରୁ ଆରମ୍ଭ କରି ଏସି କୋଚ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁବିଧା ଦିଆଯାଇଛି । ଆପଣ ବି ଅନେକ ଥର ଯାତ୍ରା ପାଇଁ ଟିକଟ ଅନଲାଇନ କିମ୍ବା କାଉଣ୍ଟରରୁ ଅନେକ ଥର ଟିକଟ ବୁକିଂ କରିଥିବେ ।

ଯଦି ଆପଣଙ୍କୁ ଟ୍ରେନରେ ଯାତ୍ରା କରିବାର ଅଛି, ତାହେଲେ ଏହାର ପୂର୍ବରୁ ଟିକେଟ୍‌ ବୁକ୍‌ କରିବାକୁ ପଡିଥାଏ। ଦେଖିବାକୁ ମିଳିଥାଏ ଯେ ଲୋକମାନେ ଟ୍ରେନ୍‌ ଟିକେଟ ବୁକ୍‌ କରିବା ପାଇଁ ରେଲେଓ୍ଵ ଟିକେଟ କାଉଣ୍ଟରରେ ଲମ୍ବା ଲମ୍ବା ଲାଇନ୍‌ ଲଗାଇଥାନ୍ତି। ଏହାଛଡା ଲୋକମାନେ ବ୍ରୋକର ଅର୍ଥାତ୍‌ ଟିକେଟ ଏଜେଣ୍ଟ ଦ୍ୱାରା ମଧ୍ୟ ନିଜର ଟିକେଟ୍‌ ବୁକ୍‌ କରିଥାନ୍ତି। ଯେଉଁଥିପାଇଁ ତାଙ୍କୁ ଏକ୍ସଟ୍ରା ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। କିନ୍ତୁ ଯଦି ଆମେ କହିବା ଆପଣ କାହାକୁ କହିବା ଦରକାର ନାହିଁ କି ଖୋସାମତ୍‌ କରିବାର ଦାରକାର ନାହିଁ, ଏବେ ଆପଣ ନିଜେ ନିଜେ ହିଁ ଘରେ ବସି ସି ହିଁ ଟିକେଟ ବୁକ୍‌ କରିପାରିବେ।

ହଠାତ୍ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଥିବାବେଳେ ଅନେକ ସମୟରେ ଟିକେଟ୍ ପାଇବା କଷ୍ଟକର ହୋଇଥାଏ । ଏଭଳି ପରିସ୍ଥିତିରେ ଟ୍ରେନ୍ ଟିକେଟ୍ ବୁକ୍ କରିବା ସମସ୍ତଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଯାଏ । କାରଣ ସମସ୍ତ ସିଟ୍ ପୂର୍ବରୁ ସଂରକ୍ଷିତ ହୋଇସାରିଥାଏ। ଯାତ୍ରୀମାନଙ୍କର ଏହି ସମସ୍ୟାର ସମାଧାନ ପାଇଁ ଆଇଆରସିଟିସି ତତ୍କାଳ ଟିକେଟ୍ ସୁବିଧା ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି । ଏହି ବିକଳ୍ପକୁ ବ୍ୟବହାର କରି ସହଜରେ ଟିକେଟ୍ ବୁକ୍ କରାଯାଇପାରିବ, କିନ୍ତୁ ଅନେକ ସମୟରେ ଟିକେଟ୍ ଉପଲବ୍ଧ ନ ଥିବାରୁ ତତ୍କାଳ ଟିକେଟ୍ ଉପଲବ୍ଧ ହୁଏନାହିଁ ।

ଆଜି ଆମେ ଆପଣଙ୍କୁ ଏପରି କିଛି ସହଜ ଉପାୟ ଜଣାଇବାକୁ ଯାଉଛୁ, ଯେଉଁ ଉପାୟରେ ଆପଣ ଖୁବ୍ ସହଜରେ ଟିକେଟ ବୁକ୍ କରିପାରିବେ । ଟିକେଟ୍ ବୁକ୍ ନିଶ୍ଚିତ କରିବାକୁ ପ୍ରଥମେ IRCTC ୱେବସାଇଟକୁ ଯାଆନ୍ତୁ ଏବଂ ଲଗଇନ୍ କରନ୍ତୁ । ତତ୍କାଳ ଟିକେଟ ବୁକିଂ କରିବା ସମୟରେ ଗୋଟିଏ କଥା ମନେ ରଖିବା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଟାଇମିଂ ବଡ଼ ଭୂମିକା ଗ୍ରହଣ କରିଥାଏ । ଯଦି ଟିକେଟ୍ ଠିକ୍ ସମୟରେ ବୁକ୍ ହୋଇନଥାଏ, ତେବେ ତତ୍କାଳ ଟିକେଟ୍ ପାଇବାର ସୁଯୋଗ ମଧ୍ୟ ହାତରୁ ଚାଲିଯାଇପାରେ । ତତ୍କାଳ ବୁକିଂ ଆରମ୍ଭ ପୂର୍ବରୁ ଲଗଇନ୍ କରନ୍ତୁ ଏବଂ My Profile ଅପସନକୁ ଯାଆନ୍ତୁ।

My Profileକୁ ଯିବା ପରେ ଏକ ମାଷ୍ଟର ତାଲିକା ପ୍ରସ୍ତୁତ କରନ୍ତୁ । ଏହାସହିତ ଯାତ୍ରା ତାଲିକା ପ୍ରସ୍ତୁତ କରନ୍ତୁ । ଏହାର ମୁଖ୍ୟ ଫାଇଦା ତତ୍କାଳ ଟିକେଟ ବୁକିଂ ସମୟରେ ହେବ । ସେହି ସମୟରେ ଆପଣଙ୍କୁ ପୁନର୍ବାର ଯାତ୍ରୀଙ୍କ ବିବରଣୀ ପୂରଣ କରିବାକୁ ପଡିବ ନାହିଁ । ଏବେ ମୁଖ୍ୟ କଥା ହେଉଛି ଟାଇମିଂ । ଏସି ତତ୍କାଳ ଟିକେଟ୍ ବୁକିଂ ସକାଳ ୧୦ଟାରୁ ଏବଂ ସ୍ଲିପର କ୍ଲାସ୍ ବୁକିଂ ଦିନ ୧୧ଟାରୁ ଆରମ୍ଭ ହୋଇଥାଏ । ତେଣୁ ବୁକିଂ ଆରମ୍ଭ ହେବାର ପ୍ରାୟ ୨ ମିନିଟ୍ ପୂର୍ବରୁ ଆପଣଙ୍କୁ ଲଗ୍ ଇନ୍ କରିବାକୁ ପଡିବ । ଅର୍ଥାତ AC ପାଇଁ ସକାଳ ୯.୫୮ ସ୍ଲିପର କ୍ଲାସ୍ ପାଇଁ ସକାଳ ୧୦.୫୮ ରେ ଲଗ୍ ଇନ୍ କରନ୍ତୁ ।

ଲଗ୍ ଇନ୍ କରିବା ପରେ ସମସ୍ତ ବିବରଣୀକୁ ପୂରଣ କରନ୍ତୁ । ପୃଷ୍ଠା ଖୋଲିବା ପରେ ଏହାକୁ ରିଫ୍ରେସ କରନ୍ତୁ । ବୁକିଂ ଆରମ୍ଭ ହେବା ମାତ୍ରେ ତୁରନ୍ତ ମାଷ୍ଟର ଲିଷ୍ଟକୁ ଯାଆନ୍ତୁ ଏବଂ ଯାତ୍ରା ତାଲିକା ଚୟନ କରନ୍ତୁ। ସମସ୍ତ କାର୍ଯ୍ୟ କରିବା ପରେ ପେମେଣ୍ଟ ଅପସନ ଆସିଥାଏ । ଏଥିରେ ଉଭୟ କାର୍ଡ ଏବଂ UPI ବ୍ୟବହାର କରାଯାଇପାରିବ । କାର୍ଡଠାରୁ UPI ପେମେଣ୍ଟ ଅପସନରେ ଶୀଘ୍ର ବୁକ ହୋଇଥାଏ। ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.