ଡିପ୍ଲୋମା ପାସ୍‌ କରିଥିବା ଆଇଟିଆଇ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, IOCL ରେ ହେଉଛି ବମ୍ପର ଭର୍ତ୍ତି

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଡେଟ୍‌ (IOCL) ପକ୍ଷରୁ ନିଯୁକ୍ତି ସୁଯୋଗ। ଆଇଓସିଏଲ୍‌ ତରଫରୁ ଆକାଉଣ୍ଟାଣ୍ଟ, ଟେକନିସିଆନ, ଟ୍ରେଡ ଅପରାଟିନ୍ସ ପାଇଁ ଅନେକ ପଦବୀରେ ନିଯୁକ୍ତି କରାଯାଉଛି। ଯୋଗ୍ୟ ପ୍ରାର୍ଥୀ ଅନଲାଇନରେ ଆବେଦନ କରିପାରିବେ। ଏହି ଆବେଦନ ମାଧ୍ୟମରେ ବିଭିନ୍ନ ପଦବୀ ପାଇଁ ଖାଲି ପଡିଥିବା ୬୦୦ ପଦବୀରେ ନିଯୁକ୍ତି ହେବ। ଇଚ୍ଛୁକ ଥିବା ପ୍ରାର୍ଥୀ ଦ୍ୱାଦଶ ପାସ୍‌ କରିବା ସହିତ ଆଇଟିଆଇରେ ଡିପ୍ଲୋମା କରିଥିବା ଆବଶ୍ୟକ।

ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୨୨ ମଇ ପର୍ଯ୍ୟନ୍ତ ରହିଥିଲା କିନ୍ତୁ ଲକଡାଉନ ଯୋଗୁଁ ଏହାକୁ ୨୧ ଜୁନ୍‌ ପର୍ଯ୍ୟନ୍ତ ବଢାଇଦିଆଯାଇଛି। ଏହି ସମସ୍ତ ପବଦୀ ପାଇଁ ଏବେ ପ୍ରାର୍ଥୀ ଜୁନ ୨୧ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ioc

ପଦବୀ ସଂଖ୍ୟା- ୬୦୦

ପଦବୀ ବିବରଣୀ :

ଆକାଉଣ୍ଟାଣ୍ଟ
ଟେକନିସିଆନ
ଟ୍ରେଡ ଅପରାଟିନ୍ସ

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରୁଥିବା ପ୍ରାର୍ଥୀ ନିଶ୍ଚିତ ଭାବେ ଦ୍ୱାଦଶ ପାସ କରିବା ସହିତ ଆଇଟିଆଇ ଡିପ୍ଲୋମା ପଢିଥିବା ଆବଶ୍ୟକ। ଏହାର ବିସ୍ତତ ବିବରଣୀ ପାଇଁ ଅଫିସିଆଲ ନୋଟିଫିକେସନ ପଢିବା ଆବଶ୍ୟକ।

ବୟସ ସୀମା : ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ଏବଂ ସର୍ବଧିକ ବୟସ ୨୪ ବର୍ଷ ହେବା ଆବଶ୍ୟକ।

ଚୟନ ପ୍ରକ୍ରିୟା : ଉପଯୁକ୍ତ ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.