ଆଉ ନାହାନ୍ତି ପ୍ରସିଦ୍ଧ ହକି ଖେଳାଳି ବଲବୀର ସିଂହ, ଯିଏ ଭାରତକୁ ଅଲମ୍ପିକରେ ଦେଇଥିଲେ ତିନିଟି ସ୍ୱର୍ଣ୍ଣ

ଭାରତୀୟ ହକି ଟିମ୍‌କୁ ତିନିଟି ସ୍ୱର୍ଣ୍ଣ ଜିତାଇଥିବା ଜଣାଶୁଣା ଲୋକପ୍ରିୟ ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ପରଲୋକ ଘଟିଛି। ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଗତ ମେ ମେ ୮ ତାରିଖରୁ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେକଷ୍ଟ ଅନୁଭବ କରିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

BALBIR (1)

ସୂଚନାଯୋଗ୍ୟ, ବଲବୀର ଭାରତୀୟ ହକିର ଜଣେ କିମ୍ବଦନ୍ତୀ ଖେଳାଳି ଥିଲେ। ୧୯୪୮ ଅଲମ୍ପିକ୍ସରେ ସେ ଭାରତୀୟ ଦଳ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ୧୯୫୨ରେ ହେଲିସିଙ୍କ ଏବଂ ୧୯୫୬ରେ ମେଲବର୍ଣ୍ଣରେ ଅନୁଷ୍ଠିତ ଅଲମ୍ପିକ୍ସରେ ମଧ୍ୟ ବଲବୀର ସାମିଲ ଥିଲେ। ତାଙ୍କ ଜୀବନରେ ୬ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ହକି ଖେଳରୁ ଅବସର ପରେ ସେ ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ସେହି ସମୟରେ ଭାରତ ବିଶ୍ୱକପ ଜିତିଥିଲା। ୧୯୫୭ରେ ତାଙ୍କୁ ପଦ୍ୱଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.