ବିଏଡ୍ ପାଇଁ ବାଧ୍ୟତାମୂଳକ ହୋଇପାରେ ନ୍ୟାସନାଲ ଲେବଲ ପରୀକ୍ଷା, ଜାଣନ୍ତୁ NCTE ଅଧ୍ୟକ୍ଷ ଜଣାଇଥିବା ନୂଆ ଯୋଜନା

ଦେଶରେ ଶିକ୍ଷକ ଏବଂ ଛାତ୍ରଙ୍କର ଆଦର୍ଶ ଅନୁପାତ ୧:୨୮ ରହିଛି। ଅର୍ଥାତ୍ ପ୍ରତି ୨୮ ଛାତ୍ରଛାତ୍ରୀଙ୍କୀ ଗୋଟିଏ ଶିକ୍ଷକ ରହିବା ଉଚିତ। ଏହି ଅନୁପାତକୁ ବନାଇ ରଖିବା ପାଇଁ ପ୍ରତି ବର୍ଷ ୩ ଲକ୍ଷ ପ୍ରଶିକ୍ଷିତ ଶିକ୍ଷକଙ୍କର ଆବଶ୍ୟକତା ରହିଛି। ଯେଉଁ ମାନଙ୍କର ସେବା ପ୍ରାୟ ୩୦ ବର୍ଷ ପର୍ୟ୍ୟନ୍ତ ରହିଥାଏ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଆଉ କିଛି କହୁଛି।
ଆମ ଦେଶରେ ପ୍ରତିବର୍ଷ ୧୯ ଲକ୍ଷ ଅଭ୍ୟର୍ଥୀ ଶିକ୍ଷକ ପ୍ରଶିକ୍ଷଣ ସଂସ୍ଥାରେ ନାମ ଲେଖାଉଛନ୍ତି। ଅର୍ଥାତ ଶିକ୍ଷକ ଯେତିକି ଆବଶ୍ୟକ ତାହା ଠାରୁ ଅଧିକ ନାମ ଲେଖାଉଛନ୍ତି। ଏଠାରେ ଡିମାଣ୍ଡ ଠାରୁ ଅଧିକ ସପ୍ଲାଏ ହେଉଛି।
କାଉନସିଲ ଫର ଟିଚର ଏଜୁକେସନ (NCTE)ରେ ଅନେକ ନିଷ୍ପତ୍ତି ନିଆଯାଉଛି। ଏହାର ସିଧା ପ୍ରଭାବ ବିଏଡ୍ କରିଥିବା ଶିକ୍ଷାର୍ଥୀଙ୍କ ଉପରେ ହେବ।
ଜାଣନ୍ତୁ କେଉଁ ପ୍ରକାରର ନିଷ୍ପତ୍ତି ନେଇପାରେ
ରିପୋର୍ଟ ଅନୁଯାୟୀ ବର୍ଷ ୨୦୦୯ରେ ଯେବେଠାରୁ ଶିକ୍ଷାର ଅଧିକାର ଆଇନ ଲାଗୁ ହେଲା ସେବେଠାରୁ ଦେଶରେ ଶିକ୍ଷକଙ୍କ ଦାବି ବଢ଼ିଆସୁଛି। ଏହାର ପ୍ରଭାବରେ ଦେଶରେ ଅନେକ ପୂଆ ଶିକ୍ଷକ ପ୍ରଶିକ୍ଷଣ ସଂସ୍ଥା ଖୋଲିବାକୁ ଲାଗିଲା ଏବଂ ଶିକ୍ଷକଙ୍କ ଗୁଣବତ୍ତାରେ ହ୍ରାସ ଆସିବାକୁ ଲାଗିଲା। ଏହା ଉପରେ ନିୟନ୍ତ୍ରଣ କରିବା ପାଇଁ କାଉନସିଲ ଶୀଘ୍ର ନୂଆ ନିୟମ ଲାଗୁ କରିବାକୁ ଯାଉଛି।
ଏହାସହ ପଢ଼ନ୍ତୁ : ଏବେ ରାଜ୍ୟର ସମସ୍ତ ଆରଟିଓରୁ କରିପାରିବେ ଡିଏଲ ଏବଂ ଆରସି ପାଇଁ ଆପ୍ଲାଏ, ଜାଣନ୍ତୁ କେବେ ଠାରୁ ଲାଗୁ ହେବ ଏହି ନିୟମ
ତେବେ କଣ ବନ୍ଦ ହୋଇଯିବ ଅନେକ ବିଏଡ୍ ସଂସ୍ଥା
ଏହା ମଧ୍ୟ କୁହାଯାଉଛି ଯେ ଯେଉଁ ଶିକ୍ଷକ ପ୍ରଶିକ୍ଷଣ ସଂସ୍ଥା ଉଚିତ ଗୁଣବତ୍ତା ଦେବାରେ ନିଜକୁ ଉତ୍ତମ କରାଇବାରେ ଅସଫଳ ହେବେ ତେବେ ସେମାନଙ୍କୁ ବନ୍ଦ କରିପାରେ। ଠିକ ସେହିଭଳି ଯେଉଁଭଳି ଭାବେ ଅଲ୍ ଇଣ୍ଡିଆ କାଉନସିଲ ଫର ଟେକ୍ନିକାଲ ଏଜୁକେସନ ନିଜ ସଂସ୍ଥା ସହିତ କରୁଛି।
ଶିକ୍ଷକଙ୍କୁ ପଠାଯିବ ବିଦେଶ, କିନ୍ତୁ କାହିଁକି ?
କାଉନସିଲ ଅଧ୍ୟକ୍ଷ କହିଛନ୍ତି ଯେ ଏନସିଟିଇ ଶିକ୍ଷକଙ୍କୁ ବିଦେଶର ସ୍କୁଲରେ ପଢ଼ାଇବାରେ ସମର୍ଥ କରାଇବାର ଉପାୟ ଉପରେ ଫୋକସ୍ କରାଉଛି। ଏମିତି ଏଥିପାଇଁ କରାଯାଉଛି ଯେ ଅଲଗା ଅଲଗା ଦେଶରେ ଏମିତି ଅନେକ ଗ୍ଲୋବାଲ ସ୍କୁଲ ରହିଛି ଯାହାକୁ ଭାରତୀୟ ଶିକ୍ଷକଙ୍କର ଆବଶ୍ୟକତା ରହିଛି। ଖାସ କରି ଗଣିତ, ଇଂରାଜୀ, ବିଜ୍ଞାନ ଭଳି ବିଷୟ ପାଇଁ ଅଧିକ ଦାବି କରାଯାଉଛି।