ସମ୍ବଲପୁର ଏସ୍‌ପି ଭାବେ ଦାୟିତ୍ୱ ନେଲେ ଡକ୍ଟର କନୱର ବିଶାଲ ସିଂ

ସମ୍ବଲପୁର(କେନ୍ୟୁଜ୍): ପୂରଣ ହେଲା ଦୀର୍ଘ ୧ ମାସ ଧରି ଖାଲି ପଡିଥିବା ଏସ୍‌ପି ପଦବୀ। ସମ୍ବଲପୁର ଏସ୍‌ପି ଭାବେ ଦାୟିତ୍ୱ ନେଇଛନ୍ତି ଡକ୍ଟର କନୱର ବିଶାଲ ସିଂ। ଦାୟିତ୍ୱ ନେବା ପରେ ବିଶାଲ ସିଂ କହିଛନ୍ତି, ସମ୍ବଲପୁର ସହରକୁ ସଂପୂର୍ଣ୍ଣ ଅପରାଧ ମୁକ୍ତ କରାଯିବ। ଗ଼ଞ୍ଜେଇ ମାଫିଆ, ହାର୍ଡକୋର ମାଓବାଦୀଙ୍କ ଉପରେ କଡା ନଜର ରଖାଯିବ। ଫୋକସରେ ରହିବ ବରିଷ୍ଠ ନାଗରିକଙ୍କ ସୁରକ୍ଷା। ପୂର୍ବତନ ଏସ୍‌ପି ସଞ୍ଜୀବ ଆରୋରାଙ୍କ ବଦଳି ପରେ ଏହି ପଦବୀ ଖାଲି ପଡିଥିଲା।