Jioର ସବୁଠୁ ଶସ୍ତା ପ୍ଲାନ, କମ ଦାମରେ ୩୩୬ଦିନ ପର୍ଯ୍ୟନ୍ତ ମିଳିବ ଭ୍ୟାଲିଡିଟି, ଡାଟା ସହିତ ମିଳିବ ଅନଲିମିଟେଡ଼ କଲ ଓ SMSର ସୁବିଧା

ଦେଶର ବିଭିନ୍ନ ଟେଲିକମ କମ୍ପାନୀମାନେ ନିଜ ପ୍ଳାନ୍ସର ରେଟକୁ ବଢ଼ାଇ ଦେଇଛନ୍ତି । ଏହାବାଦ ବି Jio ଦ୍ଵିତୀୟ ପ୍ରାଇଭେଟ ପ୍ଲେୟାର୍ସଙ୍କ ତୁଳନାରେ ଶସ୍ତା ପ୍ଲାନ ମାନ ଅଫର କରିଛନ୍ତି । ଯଦି ଆପଣ ବି ଜଣେ ଜିଓ ୟୁଜର ତେବେ ଆପଣ ଜିଓର ଏହି ଶସ୍ତା ପ୍ଲାନର ଫାଇଦା ଉଠାଇ ପାରିବେ । ସେମିତିରେ ଶସ୍ତା ଓ ଭ୍ୟାଲ୍ଲୁ ଅଧିକ ମିଳିବା ମିଳିବା ଭିତରେ ଅନେକ ଫରକ ରହିଛି । ତେଣୁ ଆମେ ଆପଣ ମାନଙ୍କୁ କେତେ ଗୁଡିଏ ଭ୍ୟାଲୁ ଫର ମନି ପ୍ଳାନ୍ସ ବାବଦରେ କହିବାକୁ ଯାଉଛୁ । ଏହି ପ୍ଲାନରେ ୟୁଜର୍ସ ମାନଙ୍କୁ କମ ଖର୍ଚ୍ଚରେ ଅଧିକ ସୁବିଧା ମିଳିଯାଇପାରିବ । ଯଦି ଆପଣ ନିଜ ପାଇଁ ବି ଏକ ଭ୍ୟାଲୁ ପ୍ଲାନ ଖୋଜୁଛନ୍ତି । ତେବେ ଏହି ରିଚାର୍ଜ ଅଫର ଗୁଡିକ ଉପରେ ଧ୍ୟାନ ଦିଅନ୍ତୁ । ଆସନ୍ତୁ ଜାଣିବା Jioର କମ ଦରରେ ମିଳୁଥିବା ଭ୍ୟାଲୁ ପ୍ଲାନ ବିଷୟରେ ।

ଶସ୍ତାରେ ମିଳିବ ଅଧିକ ଭେଲିଡିଟି:

ଏମିତିରେ ତ ଜିଓ ପ୍ଲାଟ୍ଫର୍ମରେ ଅନେକ ପ୍ଲାନ ମାନ ମହଜୂତ ଅଛି । ଯାହାକୁ ଭିନ୍ନ ଭିନ୍ନ ୟୁଜର୍ସଙ୍କ ଉପରେ ଫୋକସ କରିଥାଏ । କିନ୍ତୁ ତିନୋଟି ଏମିତି ପ୍ଲାନ ରହିଛି ଯାହାକି କମ ଡାଟା ଓ ଅଧିକ ଭ୍ୟାଲିଡିଟି ସହିତ ମିଳିଥାଏ । ଏହି ଲିସ୍ଟରେ ସବୁଠାରୁ ଶସ୍ତା ପ୍ଲାନ ହେଉଛି ୧୫୫ ଟଙ୍କା ଵାଲା । ଯେଉଁଥିରେ ଆପଣ ମାନଙ୍କୁ ମାତ୍ର କିଛି ଡାଟା ମିଳିବ । କଲିଙ୍ଗ ତଥା ଭ୍ୟାଲିଡିଟି ପାଇଁ ଏହି ପ୍ଲାନ ଏକ ଉତ୍ତମ ଅପସନ । ଏହି ପ୍ଲାନରେ ୟୁଜର୍ସ ମାନଙ୍କୁ ୨୮ ଦିନର ଭ୍ୟାଲିଡିଟି ମିଳିପାରିଥାଏ | ୨ GB ଡାଟା ପୁରା ଭ୍ୟାଲିଡିଟି ପାଇଁ ମିଳିବ । ଏହା ସହ ୟୁଜର୍ସ ମାନଙ୍କୁ ୩୦୦ SMS ମିଳିଯିବ । ଏଥିରେ ୟୁଜର୍ସ ମାନେ ଅନଲିମିଟେଡ଼ ଭଏସ କଲିଙ୍ଗର ସୁବିଧା ପାଇପାରିବେ । ଏହା ସହିତ ଜିଓ ଆପ୍ସର ଅଡିଶୀନାଲ ସବସ୍କ୍ରିପସନ ବି ମିଳିଯିବ ।

ଏହି ଲିଷ୍ଟରେ ଦ୍ଵିତୀୟ ପ୍ଲାନ ହେଉଛି ୩୯୫ ଟଙ୍କାର । ଯେଉଁଥିରେ ୟୁଜର୍ସଙ୍କୁ ୬ GB ଡାଟା ମିଳିଥାଏ | ଡାଟା ସରିବା ପରେ ୟୁଜର୍ସଙ୍କୁ ୬୪ Kbps ସ୍ପିଡ଼ ଡାଟା ମିଳିପାରିବ । ୟୁଜର୍ସଙ୍କୁ ଅନଲିମିଟେଡ଼ ଭଏସ କଲିଙ୍ଗ ସହିତ ୧୦୦୦ SMS ବି ମିଳିପାରିବ । ଏହି ପ୍ଲାନର ଭ୍ୟାଲିଡିଟି ୮୪ ଦିନ ପର୍ଯ୍ୟନ୍ତ ରହିଛି । ଏହା ସହ ଆପଣ ମାନଙ୍କୁ ସବସ୍କ୍ରିପସନର ସୁବିଧା ମିଳିଥାଏ ।

ଯଦି ଆପଣ ଲଙ୍ଗ ଟର୍ମ ଭ୍ୟାଲିଡିଟି ପ୍ଲାନ ଚାହୁଁଛନ୍ତି ତେବେ JIOର ୧୫୫୯ ଟଙ୍କିଆ ପ୍ଲାନ ଟ୍ରାଏ କରିପାରିବେ । ଯେଉଁଥିରେ ୟୁଜର୍ସଙ୍କୁ ୩୩୬ ଦିନର ଭ୍ୟାଲିଡିଟି ମିଳିଥାଏ । ୟୁଜର୍ସଙ୍କୁ ୨୪
GB ଡାଟା ମିଳିବ | ଡାଟା ସାରିବା ପରେ କଷ୍ଟମର ମାନଙ୍କୁ ୬୪ Kbps ସ୍ପିଡ଼ର ଡାଟା ସୁବିଧା ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.