୧୦ମ ପାସଙ୍କ ପାଇଁ BHEL ରେ ଚାକିରି କରିବାର ସୁଯୋଗ, ଏମିତି କରନ୍ତୁ ଆବେଦନ

ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଡେଟ୍ ପକ୍ଷରୁ ଅଲଗା ଅଲଗା ପଦବୀ ଖାଲିପଡିଛି। ଯୋଗ୍ଯ ଏବଂ ଇଚ୍ଛୁକ ପ୍ରାର୍ଥୀ ଶେଷ ତାରିଖ ପୂର୍ବରୁ BHEL ର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିଦିଅନ୍ତୁ।

ପଦବୀ ବିବରଣୀ:

ଟ୍ରେଡ ଆପାରଣ୍ଟିସ୍: ୧୨୦

ଆବେଦନ କରିବାର ଶେଷ ତାରିଖ ୧୬ ଜାନୁଆରୀ, ୨୦୨୧

ଶିକ୍ଷାଗତ ଯୋଗ୍ଯତା : ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବା ପାଇଁ ୧୦ମ ପାସ୍ ସହିତ ଆଇଟିଆଇ ପାସ୍ କରିଥିବା ସାର୍ଟିଫିକେଟ ଥିବା ଜରୁରୀ।

job

ବୟସ ସୀମା: ଏହି ପଦବୀରେ ଆବେଦନ କରିବା ପାଇଁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ଏବଂ ସର୍ବାଧିକ ବୟସ ସୀମା ୨୭ ବର୍ଷ ହୋଇଥିବା ଜରୁରୀ। ସେହିପରି ଏସସି/ଏସଟି ବର୍ଗ ପାଇଁ ୫ ବଷ ପର୍ଯ୍ଯନ୍ତ ଛୁଟ୍ ମିଳିପାରେ। ଅନ୍ଯ ପଛୁଆ ବର୍ଗ ପାଇଁ ୩ ବର୍ଷ ଯାଏଁ ରିହାତି ରହିଛି।

ଚୟନ ପ୍ରକ୍ରିୟା: ଏହି ପଦରେ ଆବେଦନ କରିବା ପାଇଁ ଯୋଗ୍ଯ ପ୍ରାର୍ଥୀଙ୍କ ଚୟନ ମେରିଟ୍ ଆଧାରରେ କରାଯିବ। ଏହାପାଇଁ କୌଣସି ପ୍ରକାର ଲିଖିତ ପରୀକ୍ଷା ଦେବାକୁ ହେବ ନାହିଁ। ଅଧିକ ବିବରଣୀ ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.