ରାଜ୍ୟରେ ଖୋଲିଲା ସିନେମା ହଲ୍, ସମସ୍ତ ଦର୍ଶକ ମୋବାଇଲରେ ଆରୋଗ୍ୟସେତୁ ଆପ ଡାଉନଲୋଡ କରିବା ବାଧ୍ୟତାମୂଳକ

ଭୁବନେଶ୍ବର: ରାଜ୍ୟରେ ଖୋଲିଲା ସିନେମା ହଲ । ହଲରେ ପ୍ରବେଶ ପୂର୍ବରୁ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି। କୋଭିଡ୍‌ କଟକଣା ଭିତରେ ସମସ୍ତ ହଲ୍‌ ଖୋଲାଯାଉଛି। ଅଲଗା ସ୍କ୍ରିନରେ ସୋ ଟାଇମରେ ଚଳଚ୍ଚିତ୍ର ପ୍ରଦର୍ଶନ ହେବ । ସିନେମା ହଲରେ ୫୦ ପ୍ରତିଶତ ଦର୍ଶକଙ୍କୁ ମିଳିବ ଅନୁମତି । ଭିଡକୁ ଦୃଷ୍ଟିରେ ରଖି ଅନଲାଇନରେ ଟିକଟ ବ୍ୟବସ୍ଥା କରାଯାଇଛି।

cinemaବସିବା ସମୟରେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯିବ । ଖାଲି ପଡ଼ିବା ସ୍ଥାନରେ ଖାଲି ସ୍ଥାନ ଭାବେ ଚିହ୍ନଟ କରାଯିବ । ହାଣ୍ଡୱାସ ଓ ସାନିଟାଇଜର ବ୍ୟବସ୍ଥା ରଖାଯାଇଛି । ସମସ୍ତ ଦର୍ଶକ ମୋବାଇଲରେ ଆରୋଗ୍ୟସେତୁ ଆପ ଡାଉନଲୋଡ କରିବା ବାଧ୍ୟତାମୂଳକ କରାଯାଇଛି । ପ୍ରତି ଶୋ ପରେ ଥିଏଟରକୁ ସାନିଟାଇଜ୍‌ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.