ରାଜ୍ଯରେ ଆଜି ୨୪୫ କରୋନା ପଜିଟିଭ୍ ଚିହ୍ନଟ, ସମୁଦାୟ ମୃତ୍ୟୁସଂଖ୍ଯା ୧୮୯୦କୁ ବୃଦ୍ଧି

ଭୁବନେଶ୍ବର:  ରାଜ୍ଯରେ ଆଜି ୨୪୫ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୧୪୧, ଏବଂ ଲୋକାଲ୍ କେସରୁ ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୧ହଜାର ୩୯୬କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି ପାଖାପାଖି ୩ ଲକ୍ଷ ୨୭ ହଜାର ୨୯୦। ଆକ୍ଟିଭ କେସ୍‌ ରହିଛି ୨ ହଜାର ୧୬୩।

ଅନ୍ଯପଟେ ରାଜ୍ଯରେ ଆଜି ୨ ଜଣଙ୍କର ଜୀବନ ନେଇଛି କରୋନା । ତେବେ ଏହାକୁ ମିଶାଇ ରାଜ୍ଯରେ ସମୁଦାୟ କରୋନା ମୃତ୍ୟୁସଂଖ୍ଯା ୧୮୯୦କୁ ବୃଦ୍ଧି ପାଇଛି। ମୃତକଙ୍କ ଭିତରୁ ଜଣେ ଭୁବନେଶ୍ବରର ଏବଂ ଜଣେ ନୟାଗଡର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.