ସୁନା-ରୂପା ଦାମରେ ଆଜି ଆସିଲା ଏହି ମାସର ବଡ ପରିବର୍ତ୍ତନ, ଜାଣନ୍ତୁ କେତେ ରହିଛି ନୂଆ ଦର

ସୁନା ଏବଂ ରୂପାର ଦର ବୃଦ୍ଧି ଥମିବାର ନାଁ ଧରୁନାହିଁ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସୁନା ଦର ୨୮୦ ଟଙ୍କା ବଢ଼ି ୩୫୯୫୦ ଟଙ୍କା ପ୍ରତି ଦଶ ଗ୍ରାମ ହୋଇଯାଇଛି। ସେହିଭଳି ରୂପାର ଦର ୪୨ ହଜାର ଟଙ୍କା ପାର କରିଛି। ଏକ୍ସପର୍ଟଙ୍କ କହିବାନୁଯାୟୀ ଅନ୍ତରାଷ୍ଟ୍ରୀୟ ସ୍ତରରେ ଆସିଥିବା ଦର ବୃଦ୍ଧିର ପ୍ରଭାବ ଘରୋଇ ବଜାରରେ ପଡିଛି।

ସୁନା-ରୂପାର ନୂଆ ଦର

ଦିଲ୍ଲୀ ସର୍ରଫା ବଜାରରେ ୯୯.୯ ପ୍ରତିଶତ ଏବଂ ୯୯.୫ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା କ୍ରମଶଃ ୨୮୦-୨୮୦ ଟଙ୍କା ବଢ଼ି ୩୫,୯୫୦ ଟଙ୍କା ପ୍ରତି ଦଶ ଗ୍ରାମ ପିଛା ହୋଇଯାଇଛି।

ଏହା ସହ ପଢ଼ନ୍ତୁ : କମିଲା ଜିପିଏଫ୍‌ ସୁଧ ହାର, କେତେ ହେଲା ଜାଣନ୍ତୁ

ରୂପାର ଦର ଗତ ୪ ଦିନ ଭିତରେ ବଢ଼ିବାରେ ଲାଗିଛି। ରୂପାର ଦର ଆଜି ୯୩୫ ଟଙ୍କା ବଢ଼ି ୪୨୦୩୫ ଟଙ୍କା ପ୍ରତି କିଲୋ ହୋଇଛି।
ରୂପା ମୁଦ୍ରାର ଦରରେ ୩ ହଜାର ଟଙ୍କା ବୃଦ୍ଧି ପାଇଛି। ରୂପା ମୁଦ୍ରାର ଲିଭାଲ ଦର ୮୪୦୦୦ ଟଙ୍କା ଏବଂ ବିକିବା ଦର ୮୫ ହଜାର ଟଙ୍କା ହୋଇଯାଇଛି।

ଏବେ ଆଗକୁ କଣ ହେବ

ସୁନା ଦାମରେ ବୃଦ୍ଧିର କାରଣ ହେଉଛି ଅନ୍ତରାଷ୍ଟ୍ରୀୟ ସ୍ତର ଉପରେ ପଡିବା କାରଣରୁ ହେଉଛି। ବିଦେଶୀ ବଜାରରେ ସୁନାର ଦର ୧୪୫୨.୯ ଡଲାର ସ୍ତର ପହଁଚିଯାଇଛି। ସେହିଭଳି ରୂପା ଦର ବଢ଼ିବାର କାରଣ ଦୁନିଆସାରାର ସେଣ୍ଟ୍ରାଲ ବ୍ୟାଙ୍କ୍ ତରଫରୁ ସୁଧ ଦର ହ୍ରାସ ପାଇବା ସଂକେତରୁ ଆସିଛି। ଆମେରିକାରେ ଫେଡେରାଲ ରିଜର୍ବ ସୁଧ ଦର ହ୍ରାସ ପାଇବା ସଂକେତରୁ ମଧ୍ୟ ଏହା ହ୍ରାସ ପାଇଛି।

Leave A Reply

Your email address will not be published.