ଅବନ୍ତିକାଙ୍କୁ କ୍ଷମା ମାଗି ଭାବବିହ୍ବଳ ଚିଠି ପଠାଇଲେ ଇମ୍ରାନ, ଦୁଇମାସ ହେଲା ଅଲଗା ରହୁଛନ୍ତି ଦୁହେଁ

ବଲିଉଡରେ ଗତକିଛି ବର୍ଷ ହେବ ବିବାହ ବିଚ୍ଛେଦ ଚାଲିଛି। ଦୀର୍ଘଦିନର ବୈବାହିକ ସମ୍ପର୍କ ପରେ ଅରବାଜ-ମଲାଇକା, ହ୍ରିତିକ- ସୁଜେନ ନିଜର ବିବାହ ବିଚ୍ଛେଦ କରିଥିଲେ। ଏବେ ନିକଟରେ ଅଭିନେତା ଆମିର ଖାନଙ୍କ ଭଣଜା ଅର୍ଥାତ୍ ଇମ୍ରାନ ଖାନଙ୍କ ପତ୍ନୀ ଅବନ୍ତିକା ମଲ୍ଲିକ ନିଜ ଝିଅ ଇମାରା ସହିତ ଇମ୍ରାନଙ୍କ ଘର ଛାଡି ଚାଲିଯାଇଛନ୍ତି। ଖାସ୍ ଏଥିପାଇଁ ନିଜ ପତ୍ନୀଙ୍କୁ ମନାଇବା ପାଇଁ ଇମ୍ରାନ ପତ୍ନୀ ଅବନ୍ତିକାଙ୍କ ଜନ୍ମଦିନରେ ତାଙ୍କ ପାଖକୁ ଏକ କ୍ଷମା କରିବା ପାଇଁ ଚିଠି ସହ ସୁନ୍ଦର ଗୋଲାପ ଫୁଲ ମଧ୍ୟ ପଠାଇଛନ୍ତି। ବୈବାହିକ ଜୀବନରେ ଘଟିଥିବା କଳହକୁ ନେଇ ଅବନ୍ତିକା ଦୁଇମାସ ପୂର୍ବେ ଘର ଛାଡି ଚାଲି ଯାଇଥିଲେ। ଏପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ହୋଇଥିବା କଳହର ପ୍ରକୃତ ଘଟଣା ଜଣାପଡିନାହିଁ।

imran khan୨୪ ମଇରେ ଘର ଛାଡିଥିଲେ ଅବନ୍ତିକା:

ରିପୋର୍ଟ ମୁତାବକ, ଇମ୍ରାନ ଅବନ୍ତିକାଙ୍କ ପାଖକୁ ଏକ ହଳଦିଆ ଲଫାପାରେ ଚିଠି ପଠାଇ ସେଥିରେ ‘ଆଇ ଆମ୍ ସରି’ ବୋଲି ଲେଖିଛନ୍ତି। ଗତ ମଇ ୨୪ ତାରିଖରେ ପାଲୀହିଲ ସ୍ଥିତ ଇମ୍ରାନଙ୍କ ଘର ଛାଡିଥିଲେ ଅବନ୍ତିକା। ଏବେ ଅବନ୍ତିକା ନିଜ ମାତାପିତାଙ୍କ ସହିତ ଝିଅକୁ ନେଇ ରହୁଛନ୍ତି। ଉଭୟଙ୍କ ପରିବାର ଏମାନଙ୍କ ମଧ୍ୟରେ ସମାଧାନ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

ବିବାହର ୯ ବର୍ଷ ପରେ ସୃଷ୍ଟି ହୋଇଛି କଳହ

avantikaଦୁହିଁଙ୍କ ବିବାହକୁ ୯ ବର୍ଷ ପୂରଣ ହୋଇସାରିଲାଣି। ଇମ୍ରାନ ଏବଂ ଅବନ୍ତିକା ୨୦୧୧ରେ ବିବାହ କରିଥିଲେ। ୨୦୧୪ରେ ଏମାନଙ୍କର ଏକ ଝିଅ ଜନ୍ମ ହୋଇଥିଲା। ବିବାହ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ବେଶ୍ ନିବିଡ ସମ୍ପର୍କ ରହିଥିଲା।

ଏହାସହ ପଢନ୍ତୁ : ପିଛେ ତୋ ଦେଖୋ କହୁଥିବା ଏହି ପିଲାଟି ଚାଲିଗଲାଣି ବହୁତ ଆଗକୁ, ଧଡାଧଡ଼ ବିଜ୍ଞାପନ କରି ଛାପୁଛି ନୋଟ୍

ନିର୍ଦ୍ଦେଶନାରେ ପାଦ ଦେଇଛନ୍ତି ଇମ୍ରାନ

imraanଇମ୍ରାନ ୨୦୦୮ରେ ଆସିଥିବା ଫିଲ୍ମ ’ଜାନେ ତୁ ୟା ଜାନେ ନା’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ଏହା ପୂର୍ବରୁ ଫିଲ୍ମ ‘କୟାମତ ସେ କୟାମତ ତକ’ରେ ଶିଶୁ କଳାକାର ଭାବେ ନଜର ଆସିଥିଲେ। ଏବେ କିନ୍ତୁ ଅଭିନୟ ଜଗତରୁ ବ୍ରେକ ନେଇ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଛନ୍ତି ଇମ୍ରାନ। ଏବେ ଇମ୍ରାନ ଏକତା କପୁରଙ୍କ ୱେବ ଶୋ’ର ନିର୍ଦ୍ଦେଶନା ଦେଉଛନ୍ତି। ଏହି ଶୋ’ରେ ଭାରତର ମିଶନ ମଙ୍ଗଳ ବିଷୟରେ ଦେଖାଯିବ।

Leave A Reply

Your email address will not be published.