ବିଶ୍ବର ସବୁଠାରୁ ସୁରକ୍ଷିତ ଘର, ଯାହା ଉପରେ ପରମାଣୁ ବୋମାର ମଧ୍ୟ କୌଣସି ପ୍ରଭାବ ପଡ଼ିବ ନାହିଁ

ନିଜ ଘରକୁ ସୁରକ୍ଷିତ ରକ୍ଷିବା ପାଇଁ କିଏ ବା ନ ଚାହେଁ। ଏହି କାରଣରୁ ଆମେ ଘର ତିଆରି କିରିବା କିମ୍ବା କିଣିବା ବେଳେ ଘରର ସୁରକ୍ଷା ପାଇଁ ଚିନ୍ତା କରିଥାଉ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଘର ବିଷୟରେ କହିବୁ, ଯାହାକୁ ବିଶ୍ବର ସବୁଠାରୁ ସୁରକ୍ଷିତ ଘର କୁହାଯାଇଥାଏ। କୁହାଯାଇଥାଏ ଏହି ଘର ଏତେ ସୁରକ୍ଷିତ ଯାହାଦ୍ବାରା ଏହି ଘର ଉପରେ ପରମାଣୁ ବୋମାର କୌଣସି ପ୍ରଭାବ ପଡିନଥାଏ। ବାସ୍ତବରେ ପୋଲାଣ୍ଡର ରାଜଧାନୀ ଭାରସାଁରେ ରହୁଥିବା ଜଣେ ବ୍ୟକ୍ତି ଏଭଳି ଘର ତିଆରି କରିଛନ୍ତି। ଯାହା ଖୁବ୍ ସୁରକ୍ଷିତ। ଏଥିପାଇଁ ସେ ଜଣାଶୁଣା ଆର୍କିଟେକ୍ଚର ଫର୍ମ କେଡବ୍ଲ୍ୟୁ ପ୍ରୋମ୍ସଙ୍କ ସହାୟତାରେ ଘର ନିର୍ମାଣ କରିଛନ୍ତି। ଶେଷରେ ଏହି ଘରକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ।

houseରିପୋର୍ଟ ଅନୁଯାୟୀ ଏହି ଘରକୁ ବିଶ୍ବର ସବୁଠାରୁ ସୁରକ୍ଷିତ ଘର ବୋଲି ମାନ୍ୟତା ମିଳିଛି। ଏହି ଘରର ସବୁଠାରୁ ଉତ୍ତମ ଗୁଣ ହେଉଛି ଥରେ ବଟନ ଟିପିବା ମାତ୍ରେ ହିଁ ଘରର ଉପର-ତଳ, ଆଗ-ପଛ ଏବଂ ଚାରିଆଡ କଙ୍କ୍ରିଟ୍ କାନ୍ଥ ଦ୍ବାରା ବନ୍ଦ ହୋଇଯାଇଥାଏ। ଏହି ଘର ଥରେ ବନ୍ଦ ହେବା ପରେ ଯେତେ ଚେଷ୍ଟା କଲେ ମଧ୍ୟ ଏହା ମଧ୍ୟକୁ କେହି ପ୍ରବେଶ କରିପାରିବେ ନାହିଁ। ଯଦି ଘରର ମାଲିକ ଚାହିଁବେ ତେବେ ଦ୍ବିତୀୟ ମହଲାରେ ପ୍ରବେଶ କରିପାରିବେ।

ଏହା ସହ ପଢନ୍ତୁ: ବିଶ୍ଵର 5ଟି ବିପଦପୂର୍ଣ୍ଣ ସ୍ଥାନ, ଯାହା ମୃତ୍ୟୁର ଦ୍ବାର ସହ ସମାନ

ଏହି ଘର ତିଆରି କରିଥିବା କମ୍ପାନୀର କହିବା ଅନୁଯାୟୀ, ଏହି ମଜବୁତ ଏବଂ ସୁରକ୍ଷିତ ଘର ଭିତରର ଦୃଶ୍ୟ ମଧ୍ୟ ଖୁବ୍ ସୁନ୍ଦର। ଘର ବାହାରେ ଏକ ସୁଇମିଂ ପୁଲ ମଧ୍ୟ ରହିଛି। କଙ୍କ୍ରିଟ୍ ବ୍ୟତୀତ ମେଟଲ ସଟର ଘରକୁ ଅଧିକ ସୁରକ୍ଷା ପ୍ରଦାନ କରିଥାଏ। କମ୍ପାନୀ କହିବା ଅନୁଯାୟୀ ଏହି ଘର ଯେତେବେଳେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥାଏ ତେବେ ଏହା ଉପରେ ପରମାଣୁ ବୋମାର ମଧ୍ୟ କୌଣସି ପ୍ରଭାବ ପଡ଼ିନଥାଏ।

www.youtube.com/watch?v=giEfpV8hUwk#action=share

Leave A Reply

Your email address will not be published.