ଗୋଟିଏ କ୍ଲିକରେ ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ପେଟ୍ରୋଲ-ଡିଜେଲ ଦାମ

ସରକାରୀ ତେଲ କମ୍ପାନୀ ଦ୍ୱାରା ଆଜି ପୁଣି ଥରେ ପେଟ୍ରୋଲ ଦର ଉପରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇ ଏବଂ କୋଲକାତାରେ ପେଟ୍ରୋଲ ଦାମ ପୂର୍ବ ଭଳି ସ୍ଥିର ରହିଛି। କିନ୍ତୁ ଡିଜେଲ ଦାମରେ ୧୩ ରୁ ୧୫ ପଇସା ପର୍ଯ୍ୟନ୍ତ ମହଙ୍ଗା କରିଦିଆଯାଇଛି।

ଆଜି ଦିଲ୍ଲୀରେ ପେଟ୍ରୋଲ ଦାମ ୮୦ ଟଙ୍କା ୪୩ ପଇସା ପ୍ରତି ଲିଟର ରହିଛି। ସେହିପରି ଡିଜେଲ ଦାମ ୮୧ ଟଙ୍କା ୯୪ ପଇସା ପ୍ରତି ଲିଟର ରହିଛି। ଆଇଓସିଏଲ ୱେବସାଇଟର ମିଳିଥିବା ସୂଚନା ଅନୁଯାୟୀ କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ଏକ ଲିଟର ପେଟ୍ରୋଲର ଦାମ କ୍ରମଶଃ ୮୨.୧୦, ୮୭.୧୯ ଏବଂ ୮୩.୬୩ ଟଙ୍କା ପ୍ରତି ଲିଟର ରହିଛି। ସେହିପରି ଡିଜେଲ ବିଷୟରେ କହିବା ତ ଏହି ମହାନଗର ମାନଙ୍କରେ ଡିଜେଲର ଦାମ କୋଲକାତାରେ ୭୭.୦୪, ମୁମ୍ବାଇରେ ୮୦.୧୧ ଏବଂ ଚେନ୍ନାଇରେ ୭୮.୮୬ ଟଙ୍କା ରହିଛି।

ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ

ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ ଏସଏମଏସ ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ସେହିପରି ଆଜି ଭୁବନେଶ୍ୱରରେ ପେଟ୍ରୋଲର ଦାମ ୮୧.୦୧ ପ୍ରତି ଲିଟର ପିଛା ରହିଥିବାବେଳେ ଡିଜେଲର ଦାମ ୮୦ ଟଙ୍କା ୦୨ ପଇସା ଲିଟର ପିଛା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.