Below header

ରାମ ମନ୍ଦିର ଭୂମିପୂଜନ ନିମନ୍ତେ ଯାଜପୁର ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରୁ ଜଳ ଓ ବିରଜାଙ୍କ ପୀଠରୁ ମାଟି ସଂଗ୍ରହ ହୋଇ ପଠାଗଲା ଅଯୋଦ୍ଧା

ଯାଜପୁର ଟାଉନ (କେନ୍ୟୁଜ୍‌): ଆସନ୍ତା ଅଗଷ୍ଟ ୫ ତାରିଖରେ ଅଯେଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମି ପୂଜନ ହେବ । ଏଥିପାଇଁ ସମଗ୍ର ଭାରତ ବର୍ଷର ପ୍ରମୁଖ ଶକ୍ତିପୀଠ, ପୂଣ୍ୟନଦୀରୁ ଜଳ ସହିତ ତୀର୍ଥକ୍ଷେତ୍ରମାନଙ୍କରୁ ମାଟି ସଂଗ୍ରହ କରାଯାଉଛି । ଏହି ଅବସରରେ ଯାଜପୁର ଜିଲ୍ଲା ବଜରଂଗ ଦଳ ଏବଂ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ମାଟି ଓ ଜଳସଂଗ୍ରହ କରାଯାଇଛି ।
ପୂଣ୍ୟତୋୟା ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରୁ ଜଳସଂଗ୍ରହ କରାଯିବା ସହିତ ମା ବିରଜାଙ୍କ ପୀଠରୁ ମାଟି ସଂଗ୍ରହ କରାଯାଇ ଅଯୋଧ୍ୟା ପ୍ରେରଣ କରାଯାଇଛି । ଏହି କାର‌୍ୟ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଂଗ ଦଳର ସଦସ୍ୟମାନେ ଉପସ୍ଥିତ ରହି ସାରା ଦେଶବାସୀଙ୍କ ଇଚ୍ଛା ରାମ ମନ୍ଦିର ନିର୍ମାଣ ପ୍ରତିଷ୍ଠା ହେବା ପରେ ପୁରଣ ହୋଇଛି ବୋଲି ମତ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.