କାକଟପୁରରେ ଅମାନିଆଙ୍କୁ ସାବାଡ କଲେ ପୁରୀ ଏସପି, ନିୟମ ଭାଙ୍ଗି ବୁଲୁଥିବା ଲୋକଙ୍କୁ ଦେଲେ ପାନେ

କାକଟପୁର: କାକଟପୁରରେ ଅମାନିଆଙ୍କୁ ସାବାଡ କଲେ ପୁରୀ ଏସପି । ରାସ୍ତା ଉପରେ ନିୟମ ଭାଙ୍ଗି ବୁଲୁଥିବା ଲୋକଙ୍କୁ ସାବାଡ କରିବା ସହ ଗାଡି ଗୁଡିକୁ ଥାନା ଭିତରକୁ ଉଠାଇ ନେଉଛନ୍ତି । ସଟଡାଉନ ଚାଲିିଥିବା ବେଳେ କାକଟପୁର ବଜାରରେ ଲୋକେ ଏହି ନିୟମକୁ ମାନୁ ନାହାନ୍ତି ।

ତେଣୁ ଅମାନିଆଙ୍କୁ ସାବାଡ କରିବାକୁ ଅଚାନକ କାକଟପୁର ଗସ୍ତ କରିଛନ୍ତି ପୁରୀ ଏସପି ଅଖିଲେସ ସିଂ । ସ୍ଥାନୀୟ ଅଞ୍ଚଳରେ କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ପ୍ରତି ସପ୍ତାହର ଶନିବାର ଓ ରବିବାର ଜାରୀ ରହିଛ ସଟଡାଉନ । ହେଲେ କିଛି ଅମାନିଆ ସରକାରଙ୍କ ନିୟମକୁ ନ ମାନି ବାହାରେ ବୁଲୁଛନ୍ତି । ତେବେ ପୁରୀ ଏସପିଙ୍କ ଏହି କାର୍ଯ୍ୟ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.