ଏକ ଟ୍ରାନ୍ସପରେଣ୍ଟ ପିପିଇ କିଟ ବଦଳାଇ ଦେଲା ନର୍ସଙ୍କ ଜୀବନ, ଏବେ ମିଳୁଛି ବଡ ବଡ ଅଫର

ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ସହ ଲଢେଇ କରୁଛି । ଦିନକୁ ଦିନ କରୋନା ସଂକ୍ରମଣର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉ । ଏଭଳି ପରିସ୍ଥିତିରେ କରୋନା ଯୋଦ୍ଧା କୁହାଯାଉଥିବା ନର୍ସ ଏବଂ ଡାକ୍ତରମାନେ ନିରନ୍ତର ଲୋକଙ୍କ ଚିକିତ୍ସା ପାଇଁ ନିୟୋଜିତ ଅଛନ୍ତି ଏବଂ ଲୋକଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ତେବେ ଏହି ଯୋଦ୍ଧାମାନଙ୍କ ମଧ୍ୟରେ ନିକଟରେ ରୁଷର ଜଣେ ମହିଳା ନର୍ସ ବହୁତ ଚର୍ଚ୍ଚାକୁ ଆସିଯାଇଛନ୍ତି ।

ସୂଚନା ଅନୁଯାୟୀ ଏହି ମହିଳା ନର୍ସଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଏକ ଟ୍ରାନ୍ସପରେଣ୍ଟ ପିପିଇ କିଟ୍ ପିନ୍ଧି କରୋନା ସଂକ୍ରମିତ ପୁରୁଷଙ୍କ ଚିକିତ୍ସା କରୁଥିବା ଦେଖାଯାଉଛି । ଲୋକମାନଙ୍କୁ ଏହି ଟ୍ରାନ୍ସପରେଣ୍ଟ PPE କିଟ୍ ଏତେ ଆକର୍ଷଣୀୟ ଲାଗିଲା ଯେ ସମସ୍ତେ ଏହି ମହିଳା ନର୍ସଙ୍କର ପ୍ରଶଂସା କରୁଛନ୍ତି । ଯଦିଓ ଏହି ଘଟଣା ମେ ମାସର ବୋଲି ଜଣାପଡିଛି । ତେବେ ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବା ଦ୍ବାରା ସରକାର ଚେତାବନୀ ମଧ୍ୟ ଦେଉଛନ୍ତି । ଏହି ପ୍ରସଙ୍ଗରେ ସରକାର ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ ଏପରି ପିପିଇ କିଟ୍ ଦ୍ୱାରା ସଂକ୍ରମଣ ବୃଦ୍ଧି ହେବାର ସମ୍ଭାବନା ରହିଛି ।

Russian Nurse Nadya Zhukova

ଟ୍ରାନ୍ସପରେଣ୍ଟ PPE କିଟ୍ ପିନ୍ଧିବା ପରେ ଲାଇମଲାଇଟ୍କୁ ଆସିଥିବା ନର୍ସ ନାଦିଆଙ୍କୁ ରୁଷର ଏକ ସ୍ପୋର୍ଟସ୍ ବ୍ରାଣ୍ଡରୁ ମଡେଲିଂ ଅଫର ମଧ୍ୟ ମିଳିଛି । ତେବେ ସମୟର ଅଭାବ ଦର୍ଶାଇ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

କେବଳ ସେତିକି ନୁହେଁ ତାଙ୍କୁ ନ୍ୟୁଜ୍ ଆଙ୍କର ପାଇଁ ମଧ୍ୟ ଚାକିରି ଅଫର ମିଳିଛି । ତେବେ ଏହି ଅଫର ପାଇବା ପରେ ନାଦିଆ କହିଛନ୍ତି ଯେ ସେ ଏଥିରେ ବହୁତ ଖୁସି ଅଛନ୍ତି । ସେ ନ୍ୟୁଜ୍ ଚ୍ୟାନେଲକୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ସେ ଏହି କାର୍ଯ୍ୟକୁ ଏକ ଉତ୍ତମ ଉପାୟରେ କରିବାକୁ ଚେଷ୍ଟା କରିବେ । ଯଦିଓ ଏହି ନ୍ୟୁଜ୍ ଚ୍ୟାନେଲ୍ ତାଙ୍କୁ ପାର୍ଟ ଟାଇମ ଭାବରେ ଚାକିରି ଦେଇଛି । କାରଣ ସେ ଡାକ୍ତର ହେବା ପାଇଁ ମଧ୍ୟ ଟ୍ରେନିଂ ନେଉଛନ୍ତି ।

ତେବେ ନାଦିଆ ଏହି ଟ୍ରାନ୍ସପରେଣ୍ଟ PPE କିଟ ମାମଲାରେ ସ୍ପଷ୍ଟୀକରଣ ଦେଇ ଡାକ୍ତରଖାନା ପ୍ରଶାସନକୁ କହିଥିଲେ ଯେ ଏହି କିଟ୍ ଅତ୍ୟନ୍ତ ଟ୍ରାନ୍ସପରେଣ୍ଟ ବୋଲି ସେ ଜାଣି ନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.