Below header

ଜାଣି ରଖନ୍ତୁ କ୍ରେଡିଟ୍‌ କାର୍ଡର ଫାଇଦା, ଏମିତି କରିବେ ତ ଲୋନ୍‌ ମିଳିବାରେ ହେବ ନାହିଁ ସମସ୍ୟା

ସମୟ ଥିଲା ଯେବେ ଲୋକଙ୍କୁ କିଛି କିଣିବା ପାଇଁ ସାଙ୍ଗରେ ଅର୍ଥ ନେବାକୁ ପଡ଼ୁଥିଲା, କିନ୍ତୁ ଏବେ ଦୁନିଆ ଡିଜିଟାଲ ହୋଇ ଯାଇଛି। ସମସ୍ତ କାମ ଅନଲାଇନ ମାଧ୍ୟମରେ ହେଉଛି। ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡର ବ୍ୟବହାର ବଢ଼ି ଯାଇଛି। ଖାସ୍‌ କରି କ୍ରେଡିଟ୍‌ କାର୍ଡ ଏବେ ଲୋକଙ୍କୁ ଅଧିକ ଲାଭ ଦେଉଛି। ପ୍ରତ୍ୟେକ ଛୋଟବଡ଼ ଜିନିଷ କିଣିବାରେ ଆପଣ କ୍ରେଡିଟ୍‌ କାର୍ଡ ବ୍ୟବହାର କରି ପାରିବେ। ଆପଣ କ୍ରେଡିଟ୍‌ କାର୍ଡରୁ ରିଚାର୍ଜ ମଧ୍ୟ କରି ପାରିବେ, ମୁଭି ଟିକେଟ ବୁକ୍‌ କରି ପାରିବେ, ଏପରିକି, ଏଥିରେ କାର୍‌ ମଧ୍ୟ କିଣି ପାରିବେ। ଡିସ୍‌କାଉଣ୍ଟସ୍‌ ସହିତ କ୍ରେଡିଟ୍‌ କାର୍ଡରେ କେତେକ ଅତିରିକ୍ତ ଲାଭ ମଧ୍ୟ ମିଳିଥାଏ। ହେଲେ ଜରୁରୀ କି, ଏହାର ବ୍ୟବହାର ବୁଝିଶୁଝି କରିବା ଉଚିତ। କାରଣ, ଏମିତି କଲେ ଆପଣଙ୍କୁ ଲାଭ ମିଳି ପାରିବ। ଆସନ୍ତୁ ଜାଣିବା କ୍ରେଡିଟ୍‌ କାର୍ଡର କିଛି ଫାଇଦା ବିଷୟରେ।

– କ୍ରେଡିଟ୍‌ କାର୍ଡର ସବୁଠାରୁ ବଡ଼ ଫାଇଦା ହେଉଛି, ଆପଣଙ୍କୁ କେଉଁଠାକୁ ବି କ୍ୟାଶ୍‌ ନେଇ ଯିବାର ଆବଶ୍ୟକ ପଡ଼ିବ ନାହିଁ। ବାସ୍‌, ଆପଣ ମନଇଚ୍ଛା ଶପିଂ କରନ୍ତୁ ଏବଂ କ୍ରେଡିଟ୍‌ କାର୍ଡକୁ ସ୍ୱାଇପ୍‌ କରି ପେମେଣ୍ଟ କରନ୍ତୁ। ଏପରି କି, ଶପିଂର ସେହି ପଇସାକୁ ଆପଣ ପରେ ମଧ୍ୟ ଭରଣା କରି ପାରିବେ।

– ଆପଣ ନିଜ କ୍ରେଡିଟ୍‌ କାର୍ଡକୁ ଅଟୋମେଟିକ୍‌ ପେମେଣ୍ଟ ପାଇଁ ମଧ୍ୟ ସେଟ୍‌ କରି ପାରିବେ। ଏହାର ଫାଇଦା ହେଉଛି, ପ୍ରତ୍ୟେକ ମାସରେ ଆପଣଙ୍କର ଫୋନ୍‌, ବିଦ୍ୟୁତ୍‌ ଏବଂ ଗ୍ୟାସ୍‌ ବିଲ୍‌ ସମୟ ହିସାବରେ ହିଁ ଆପେ ପେମେଣ୍ଟ ହୋଇଯିବ। ବାସ୍ତବରେ, ଅନେକ ବାର ଏମିତି ହୋଇଥାଏ କି, ଲୋକେ ସମୟ ମୁତାବକ ପେମେଣ୍ଟ କରିବା ଭୁଲି ଯାଇଥାଆନ୍ତି, ଯେଉଁ କାରଣରୁ ସେମାନଙ୍କୁ ପେନାଲ୍ଟି ଭରିବାକୁ ପଡ଼ିଥାଏ।

– ଯଦି ଆପଣଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ପଇସା ନାହିଁ ଏବଂ ଆପଣଙ୍କୁ ଫ୍ଲାଇଟ୍‌ ଟିକେଟ୍‌ ବୁକ୍‌ କରିବାକୁ ଅଛି କିମ୍ବା ମୋବାଇଲ୍‌ ରିଚାର୍ଜ କିମ୍ବା ଅନ୍ୟ କିଛି ଜିନିଷ କିଣିବାର ଅଛି, ତା’ହେଲେ ଆପଣ ସହଜରେ କ୍ରେଡିଟ୍‌ କାର୍ଡରୁ ପେମେଣ୍ଟ କରି ପାରିବେ। ଏହା ଏକ ପ୍ରକାରର ‘Buy Now Pay Later’ ସିଷ୍ଟମ୍‌ ହୋଇଥାଏ।

– କ୍ରେଡିଟ୍‌ କାର୍ଡର ଆଉ ଏକ ଫାଇଦା ମଧ୍ୟ ରହିଛି। ଏହାଦ୍ୱାରା ପେମେଣ୍ଟ କଲେ ରିଓ୍ଵାର୍ଡସ୍‌ ମଧ୍ୟ ମିଳିଥାଏ। ଏହାକୁ ଆପଣ ମୁଭି ଟିକେଟ୍‌ ବୁକ୍‌ କରିବା କିମ୍ବା ଟିକେଟ୍‌ କିଣିବା ଆଦି କାର୍ଯ୍ୟରେ ବ୍ୟବହାର କରି ପାରିବେ। ଯଦି ଆପଣ କ୍ରେଡିଟ୍‌ କାର୍ଡର ଭଲ ଉପଯୋଗ କରିବେ, ତା’ହେଲେ ଆପଣଙ୍କ କ୍ରେଡିଟ୍‌ ସ୍କୋର ମଧ୍ୟ ମଜଭୁତ ହେବ। ଯଦି କ୍ରେଡିଟ୍‌ ଷ୍ଟୋର ମଜଭୁତ ରହିବ, ତା’ହେଲେ ଆପଣଙ୍କୁ ସହଜରେ ଲୋନ୍‌ ମିଳି ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.