ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା -୨୦୦୬ ପ୍ରସଂଗରେ ସ୍ୟାଟ୍‌ଙ୍କ ରାୟକୁ ରଦ୍ଦ କଲେ ହାଇକୋର୍ଟ

କଟକ(କେ ନ୍ୟୁଜ):  ଓଡ଼ିଶା ସିଭିଲ ସର୍ଭିସ-୨୦୦୬ ପରୀକ୍ଷା ପ୍ରସଂଗରେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ-ସ୍ୟାଟ୍‌ଙ୍କ ରାୟକୁ ରଦ୍ଦ କରିଦେଇଛନ୍ତି ହାଇକୋର୍ଟ । ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ପୂର୍ବରୁ ସ୍ୟାଟଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ଜଣେ ପ୍ରାର୍ଥିନୀ ସୁରଭି ମହାନ୍ତିଙ୍କ ମାମଲାର ଶୁଣାଣି କରି ୨୦୧୪, ଏପ୍ରିଲ ୨୩ରେ ସ୍ୟାଟ ଓଡ଼ିଶା ସିଭିଲି ସର୍ଭିସର ୩୭୮ଟି ପଦବିରେ ନିଯୁକ୍ତି ପାଇଁ ପ୍ରସ୍ତୁତ ଚୂଡାନ୍ତ ଚୟନ ତାଲିକା ରଦ୍ଦ କରିଥିଲେ । ୨୦୦୬ର ବିଜ୍ଞପ୍ତିକୁ ଆଧାର କରି ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ଭବିଷ୍ୟତ ହାଇକୋର୍ଟରେ ବିଚାରାଧୀନ ମାମଲର ଫଳାଫଳ ଉପରେ ଲଟକି ରହିଥିଲା। ଆଜି ମାମଲାର ରାୟ ପ୍ରକାଶ ପାଇଛି। ସ୍ୟାଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ହାଇକୋର୍ଟ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.