Below header

ଶେଷ ହୋଇଛି ୨୦୧୯-୨୦ ଆର୍ଥିକ ବଜେଟ, ଜାଣନ୍ତୁ କେଉଁ ଜିନିଷ ହେଲା ଶସ୍ତା ଏବଂ ମହଙ୍ଗା

ସଂସଦରେ ଆଗତ ହୋଇଛି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆର୍ଥିକ ବଜେଟ। ବଜେଟରେ ଗ୍ରାମୀଣ ଭାରତକୁ ଫୋକସ କରିଛନ୍ତି କେନ୍ଦ୍ର ସରକାର। ବଜେଟ ଉପସ୍ଥାପନ ପରେ ଏକାଧିକ ସାମଗ୍ରୀ ମହଙ୍ଗା ହୋଇଥିବା ବେଳେ କିଛି ସାମଗ୍ରୀ ଦର ହ୍ରାସ ପାଇବ। ଆମଦାନୀ ହେଉଥିବା ସୁନା, ପ୍ଲାଟିନମ ଓ ମୂଲ୍ୟବାନ ଧାତୁ, ପେଟ୍ରୋଲ ଓ ଡିଜେଲ, ପିଭିସି ପାଇପ୍ସ, ସିସିଟିଭି ଓ ଆଇପି କ୍ୟାମେରା, ମେଟାଲ ଫିଟିଙ୍ଗସ, ସ୍ପ୍ଲିଟ୍ ଏସି, ଅଟୋମୋବାଇଲ ପାର୍ଟସ, ଲାଉଡ ସ୍ପିକର, ସିଗାରେଟ ଓ ତମାଖୁ ଜାତୀୟ ପଦାର୍ଥ ଏବଂ ଆମଦାନୀ ହେଉଥିବା ବହିର ଦର ମହଙ୍ଗା ହୋଇଛି। ସେହିପରି ସମସ୍ତ ବିଦ୍ୟୁତଚାଳିତ ଗାଡ଼ି, ଆମଦାନୀ ହେଉଥିବା ଉଲ୍ ଫାଇବର, ଆମଦାନୀ ହେଉଥିବା ପ୍ରତିରକ୍ଷା ସାମଗ୍ରୀ, ସୋଲାର ପ୍ୟାନେଲ ଆଦି ଶସ୍ତା ହୋଇଛି।

ବଜେଟରେ କଣ ହୋଇଛି ମହଙ୍ଗା

ସୁନା, ପ୍ଲାଟିନମ, ମୂଲ୍ୟବାନ ଧାତ, ପେଟ୍ରୋଲ, ଡିଜେଲ, ପିଭିସି ପାଇପ୍ସ, ସିସିଟିଭି, ଆଇପି କ୍ୟାମେରା, ମେଟାଲ ଫିଟିଙ୍ଗସ, ସ୍ପ୍ଲିଟ୍ ଏସି, ଅଟୋମୋବାଇଲ ପାର୍ଟସ, ଲାଉଡ୍ ସ୍ପିକର, ସିଗାରେଟ, ତମାଖୁ ଜାତୀୟ ପଦାର୍ଥ, ଆମଦାନୀ ହେଉଥିବା ବହି

ବଜେଟରେ କଣ ହେଲା ଶସ୍ତା

ବିଦ୍ୟୁତ ଚାଳିତ ଗାଡ଼ି, ଆମଦାନୀ ହେଉଥିବା ଉଲ୍ ଫାଇବର
ଆମଦାନୀ ହେଉଥିବା ପ୍ରତିରକ୍ଷା ସାମଗ୍ରୀ, ସୋଲାର ପ୍ୟାନେଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.