ଭାରତରେ ଲଞ୍ଚ ହେଲା ୨ ଟି ନୂଆ ଇଲେକ୍ଟ୍ରିକ୍ ସ୍କୁଟର: 220KM ଦେବ ମାଇଲେଜ୍, ଜାଣନ୍ତୁ ଫିଚର୍

ଗାଡ଼ି ଚାଳକ ସବୁବେଳେ ଚାହାଁନ୍ତି ଭଲ ମାଇଲେଜ୍ ଥିବା ଗାଡ଼ି କିଣିବାକୁ। ଯାହାଦ୍ଵାରା ପେଟ୍ରୋଲ ମଧ୍ୟ କମ୍ ଖର୍ଚ୍ଚ ହେବ। କୋମାକି କମ୍ପାନୀ ଭାରତରେ ଦୁଇଟି ନୂତନ ଇଲେକ୍ଟ୍ରିକ୍ ସ୍କୁଟର କୋମାକି DT 3000 ଏବଂ କୋମାକି LY ଲଞ୍ଚ କରିଛି। କୋମାକି DT 3000 ର ମୂଲ୍ୟ ରହିଛି ୧ ଲକ୍ଷ ୨୨ ହଜାର ୫୦୦ ଟଙ୍କା, ଯାହାକି ଏହାର ଏକ୍ସ-ସୋରୁମ୍ ରେଟ୍। ଏହାର ଅନ୍ୟ ଏକ ଭାରିଆଣ୍ଟ କୋମାକି LY ର ମୂଲ୍ୟ ୮୮୦୦୦ ଟଙ୍କା ରହିଛି। ଏହି ଗାଡ଼ିର ବହୁତ୍ ଭଲ ଫିଚର୍ ରହିଛି। ତେଣୁ ଆସନ୍ତୁ ଜାଣିବା ଏହାର ଭଲ ଫିଚର୍ କ’ଣ ରହିଛି।

ଏହାର ଫିଚର୍ ବିଷୟରେ କହିବାକୁ ଗଲେ ଏଥିରେ ଡିସ୍କ ବ୍ରେକ୍, ମୋବାଇଲ୍ ଚାର୍ଜିଂ ପଏଣ୍ଟ, ସେଲ୍ପ ଡାଇଗ୍ନୋସିସ୍ ଇନଷ୍ଟ୍ରୁମେଣ୍ଟ , ରିଭର୍ସ ଆସିଷ୍ଟ, ରିମୋଟ୍ ଲକ୍, ଟେଲିସ୍କୋପିକ୍ ଶକର୍, ନଏଜ୍ ଫ୍ରି ଫଙ୍କକ୍ସନିଙ୍ଗ, କ୍ରୁଜ୍ କଣ୍ଟ୍ରୋଲ୍ ଏବଂ ବ୍ଲୁଟୁଥ୍ ସ୍ପିକର ପରି ବେଷ୍ଟ ଫିଚର୍ ରହିଛି ଏହି ଇଭି ସ୍କୁଟରରେ।

ଏହାର ବ୍ୟାଟେରୀ ବିଷୟରେ କହିବାକୁ ଗଲେ କୋମାକି DT 3000 ଏକ 3000V BLDC ମୋଟର ଏବଂ ଏକ ପ୍ୟାଟେଣ୍ଟେଡ୍ 62V52AH ପ୍ୟାଟେଣ୍ଟେଡ୍ ଆଡଭାନ୍ସ ଲିଥିୟମ୍ ବ୍ୟାଟେରୀ ଦ୍ୱାରା ଚାଳିତ। କୋମାକି DT 3000 ର ଟପ୍ ସ୍ପିଡ୍ ହେଉଛି 80 କିଲୋମିଟର। କୋମାକି DT 3000 ସମ୍ପୂର୍ଣ୍ଣ ଚାର୍ଜରେ ୨୨୦ କିଲୋମିଟର ପର୍ଯ୍ୟନ୍ତ ଚାଲିବ।

ଏହା ସହିତ, କୋମାକି LY ସମ୍ପୂର୍ଣ୍ଣ ଚାର୍ଜରେ ୮୦ ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ଚାଲିବ। ଏହାର ସବୁଠାରୁ ବଡ଼ ଫିଚର୍ ହେଉଛି ଏହି ଗାଡ଼ିର ଭଲ ମାଇଲେଜ୍ ରହିଛି। ତେଣୁ ଆପଣ ଯଦି ନୂଆ ସ୍କୁଟି କିଣିବାକୁ ଚାହୁଁଛନ୍ତି, ଏହି ଗାଡ଼ି କିଣିପାରିବେ।