Below header

୩୧ ଡିସେମ୍ବର ପୂର୍ବରୁ ପାନ୍‌ କାର୍ଡକୁ ଅଧାର ସହିତ ଯୋଡିବା ଜରୁରୀ, ଆୟକର ବିଭାଗର ଘୋଷଣା

ଆୟକର ବିଭାଗ ୩୧ ଡିସେମ୍ବର ପୂର୍ବରୁ ପାନ୍‌ କାର୍ଡକୁ ଆଧାର କାର୍ଡ ସହିତ ଯୋଡିବା ବାଧ୍ୟତାମୂଳକ ବୋଲି କହିଛି। ବିଭାଗ ସାର୍ବଜିନକ ଭାବରେ ଏହାର ଘୋଷଣା କରିଛି। ବିଭାଗ ଜଣାଇଛି ଯେ ଆସନ୍ତାକାଲିର ନିର୍ମାଣ ପାଇଁ ଏବଂ ବିନା କୌଣସି ବାଧାରେ ଆୟକର ସେବାର ଲାଭ ଉଠାଇବା ପାଇଁ ପାନ୍‌କୁ ଆଧାର ସହିତ ଲିଙ୍କ୍‌ କରାନ୍ତୁ। ପୂର୍ବରୁ ଏହି ଅବଧି ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ବଢ଼ା ୩୧ ଡିସେମ୍ବର କରିଦିଆଯାଇଛି।

panଗତ ବର୍ଷ ସେପ୍ଟେମ୍ବରରେ ସୁପ୍ରୀମକୋର୍ଟ ମହତ୍ତ୍ୱପୂର୍ଣ୍ଣ ଆଧାର ଯୋଜନାକୁ ଗୁରୁତ୍ୱ ଦେଇ ଆୟକର ରିଟର୍ଣ୍ଣ ଭରିବା ଏବଂ ପରମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌)ର ଆବଣ୍ଟନ ପାଇଁ ବାୟୋମେଟ୍ରିକ ଆଇଡି ଅନିବାର୍ଯ୍ୟ ହେବ। ଆୟକର ଅଧିନିୟମ ଧାରା ୧୩୯ ଏଏ(୨) ମୁତାବକ ୧ ଜୁଲାଇ ୨୦୧୭ ଠାରୁ ପାନ ରଖିଥିବା ସବୁ ଲୋକ ଆଧାର ପାଇବାର ହକଦାର ଅଟନ୍ତି ଏବଂ ନିଜ ଆଧାର ନମ୍ବରକୁ ଅଫିସିଆଲ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.