Below header

ଆଠଗଡ଼ରେ ବଜ୍ରକାପ୍ତା ସହିତ ଚାଲିଛି ହନୁମାନ ଟଙ୍କା କାରବାର, ଅଲୌକିକ ଗୁଣ ଥିବା କହି ଲୋକଙ୍କୁ ଠକୁଛନ୍ତି ସମୃକ୍ତ ର‍୍ୟାକେଟ

ଆଠଗଡ଼: ଆଠଗଡ଼ରେ ବଜ୍ରକାପ୍ତା ଚାଲାଣକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏହା ସହିତ ଅଞ୍ଚଳରେ ଚାଲିଛି ହନୁମାନ ଟଙ୍କା କାରବାର । ଏଥିରେ ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ ସଂପୃକ୍ତ ଅଛନ୍ତି । ହନୁମାନ ଟଙ୍କାର ବହୁ ଅଲୌକିକ ଗୁଣ ଥିବା କହି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଉଛନ୍ତି । ଆଉ ହନୁମାନ ପଇସା ନାଁରେ ସେମାନେ ଲୋକଙ୍କୁ ଠକୁଛନ୍ତି । ହନୁମାନ ଟଙ୍କା ଅରୁଆ ଚାଉଳ, ଲୁହା ସାମଗ୍ରୀ ଆଦିକୁ ନିଜ ଆଡକୁ ଟାଣି ନେଇଥାଏ ବୋଲି କୁହାଯାଉଛି । ଅନ୍ତର୍ଜାତୀୟ ଚୋରା ବଜାରରେ ମଧ୍ୟ ହନୁମାନ ଟଙ୍କା କାରବାର ହୋଇଥାଏ । ଏ ସଂପର୍କିତ ଏକ ଏକ୍ସକ୍ଲୁସିଭ ଭିଡିଓ ମଧ୍ଯ ସାମ୍ନାକୁ ଆସିଛି। ଆଠଗଡ଼ରେ ବଜ୍ରକାପ୍ତା ଚୋରା ଚାଲଣ ପରି ହନୁମାନ ଟଙ୍କା ର‍୍ୟାକେଟର ବିଧିବଦ୍ଧ ତଦନ୍ତର ଆବଶ୍ୟକ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.