ପୁରୀ ସଦର ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅପହରଣ ଅଭିଯୋଗ, ହଷ୍ଟେଲ କର୍ତ୍ତୃପକ୍ଷଙ୍କ ହାତ ଥିବା ସନ୍ଦେହ କରୁଛନ୍ତି ପରିବାର ଲୋକ

ପୁରୀ : ପୁରୀ ସଦର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗ। ଗତ ୨୯ ତାରିଖରୁ ତାଙ୍କର କୌଣସି ପତ୍ତା ମିଳୁ ନାହିଁ। ପରିବାର ଲୋକ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରିଥିଲେ ବି କୌଣସି ପଦକ୍ଷେପ ନେଉ ନଥିବାରୁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେପଟେ ଅପହରଣ ପଛରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ହାତ ଥିବା ସନ୍ଦେହ କରୁଛନ୍ତି ପରିବାର ଲୋକ। ନାବାଳିକା ସରକାରୀ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ। ହଷ୍ଟେଲରେ ସୁରକ୍ଷାକର୍ମୀ ନଥିବା ବେଳେ ପରିଚାଳକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.