ସାଧାରଣ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି, ୧୧୫ ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର

ମାସ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡରୁ ମିଳିଛି ଆଶ୍ୱସ୍ତି । ସୁନା ଓ ପେଟ୍ରୋଲ ଡିଜେଲ ପରେ ଗ୍ୟାସ୍‌ ମଧ୍ୟ କମିଛି । କମିଲା ଏଲପିଜି ସିଲିଣ୍ଡର ଦାମ। ନଭେମ୍ବର ୧ରୁ ଏଲପିଜି ଗ୍ୟାସ୍ ସିଲିଣ୍ଡର ୧୧୫ ଟଙ୍କା ଶସ୍ତା ହୋଇଛି। କର୍ମସିଆଲ ସିଲିଣ୍ଡରରେ ଦାମ୍‌ କମିଛି। ଘରୋଇ ସିଲିଣ୍ଡରର ଦାମ ଗତ ଜୁଲାଇ ୬ ପରଠୁ କୌଣସି ପରିବର୍ତ୍ତନ ଘଟିନଥିଲା। ତେବେ ୧୯ କିଲୋ କର୍ମସିଆଲ ସିଲିଣ୍ଡର ଦାମ୍‌ ୧୧୫.୫୦ ଟଙ୍କା ଶସ୍ତା ହୋଇଛି । ତେବେ ଏହି ପରିବର୍ତ୍ତନ ଘରୋଇ ଏଲପିଜି ସିଲିଣ୍ଡର ଦାମ୍‌ରେ ହୋଇନାହିଁ।

ଆଇଓସିଏଲ ଅନୁଯାୟୀ, ନଭେମ୍ବର ୧ରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ଇଣ୍ଡେନ ସିଲିଣ୍ଡରର ଦାମ ୧୧୫.୫୦ ଟଙ୍କା, କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫୦ ଟଙ୍କା, ଚେନ୍ନାଇରେ ୧୧୬.୫୦ ଟଙ୍କା ଶସ୍ତା ହୋଇଛି। ଏହା ପୂର୍ବରୁ ଅକ୍ଟୋବର ୧ର ସିଲିଣ୍ଡରର ଦାମ ୨୫ ଟଙ୍କା ଶସ୍ତା ହୋଇଥିଲା। ତେବେ ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର ପୁରୁଣା ଦାମରେ ମିଳିବ।

କର୍ମସିଆଲ ସିଲିଣ୍ଡରର ନୂତନ ଦାମ :

ଦିଲ୍ଲୀରେ ୧୯ କିଲୋଗ୍ରାମ ଇଣ୍ଡେନ ସିଲିଣ୍ଡରର ଦାମ ୧୭୪୪ ଟଙ୍କା ଥିବା ବେଳେ କୋଲକାତାରେ ସିଲିଣ୍ଡର ଦାମ ୧୮୪୬ ଟଙ୍କାରେ ମିଳିବ। ଏହା ପୂର୍ବରୁ କୋଲକତାରେ ଏହି ଦାମ ୧୯୯୫.୫୦ ଟଙ୍କା ରହିଥିଲା। ସେହିପରି ମୁମ୍ବାଇରେ କର୍ମସିଆଲ ସିଲିଣ୍ଡର ୧୮୪୪ ଟଙ୍କା ବଦଳରେ ୧୬୯୬ ଟଙ୍କାରେ ଏବଂ ଚେନ୍ନାଇରେ ୨୦୦୯.୫୦ ଟଙ୍କା ସ୍ଥାନରେ ୧୮୯୩ରେ ମିଳିବ।

୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ଦାମ :

ତେବେ ଘରୋଇ ସିଲିଣ୍ଡର ଦାମ୍‌ କୋଲକାତାରେ ୧୦୭୯ ଟଙ୍କା, ଦିଲ୍ଲୀରେ ୧୦୫୩ ଟଙ୍କା, ମୁମ୍ବାଇରେ ୧୦୫୨.୫୦ ଟଙ୍କା, ଚେନ୍ନାଇରେ ୧୦୬୮.୫୦ ଟଙ୍କା ।

ତେବେ ଗ୍ୟାସ୍‌ କମ୍ପାନୀ ପ୍ରତ୍ୟେକ ମାସ ପ୍ରଥମ ତାରିଖରେ ୧୪ କିଗ୍ରା ଏବଂ ୧୯ କିଗ୍ରା କର୍ମସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ନୂଆ ଦାମ୍‌ ଲାଗୁ ହୋଇଥାଏ। ତେବେ ଆଜି କର୍ମସିଆଲ ସିଲିଣ୍ଡର ଦାମରେ ପରିବର୍ତ୍ତନ ହୋଇଥିବା ବେଳେ ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ।